ETV Bharat / state

ପାଠ ଛାଡି ସଫଳ ଚାଷୀ ପାଲଟିଲେ ଦୈତାରୀ

ନବମ ଶ୍ରେଣୀରୁ ପାଠ ଛାଡ଼ି ପରିବାର ଚଳାଇବା ପାଇଁ ଅଣ୍ଟାଭିଡି ଥିବା ଦୈତାରୀ ଆଜି ଏକ ସଫଳ ଚାଷୀ ହୋଇପାରିଛନ୍ତି । ଆଉ ସମଗ୍ର ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅଧିକ ପଢନ୍ତୁ...

author img

By

Published : Dec 23, 2020, 8:35 PM IST

ସଫଳ ଚାଷୀ ଦୈତାରି !
ସଫଳ ଚାଷୀ ଦୈତାରି !

ସୁବର୍ଣ୍ଣପୁର: କଥାରେ ଅଛି ଚାଷ କାମ ଯାହାର, କେଡେ ସୁଖ ତାହାର । ଆଉ ଏହାକୁ କଥାରେ ନୁହେଁ ବରଂ କାମରେ କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା, ଉଲୁଣ୍ଡା ବ୍ଲକ କେଶଲପୁରା ଗାଁର ଦୈତାରୀ ଦଲାଇ । ନବମ ଶ୍ରେଣୀରୁ ପାଠ ଛାଡ଼ି ପରିବାର ଚଳାଇବା ପାଇଁ ଅଣ୍ଟାଭିଡି ଥିବା ଦୈତାରୀ ଆଜି ନିଜ ଗୋଡ଼ରେ ଠିଆ ହୋଇ ପାରିଛନ୍ତି । ଆଉ ସମଗ୍ର ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଭଳିକି ଭଳି ଫଳ, ପରିବା, ଯଥା ଆମ୍ବ, ଭଣ୍ଡା,କଦଳୀ, ସଜନା, ପୋଟଳ, କୋବି ଆଦି ଚାଷ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସେ ।

ସଫଳ ଚାଷୀ ଦୈତାରି !

ପ୍ରଥମେ ଅଧ ଏକର ଜମିରୁ ଚାଷ ଆରମ୍ଭ କରି ଏବେ ଚାରିଏକର ଜମିରେ ଚାଷ କରୁଛନ୍ତି । ଉଚ୍ଚକୋଟିର ପରିବା ଉତ୍ପାଦନ କରୁଥିବାରୁ ବଜାରରେ ଦୈତାରୀଙ୍କ ପରିବାରର ଚାହିଦା ବହୁତ ଅଧିକ । ଆଜିର ଦିନରେ ଯୁବପିଢି ଚାଷଠାରୁ ବିମୁଖ ହେଉଥିବା ବେଳେ ଦୈତାରୀଙ୍କ ସଫଳତା ଅନ୍ୟମାନଙ୍କୁ ଅଧିକ ମାତ୍ରାରେ ପ୍ରେରଣା ଦେବ ନିଶ୍ଚୟ ।

ସଫଳ ଚାଷୀ ଦୈତାରି !
ସଫଳ ଚାଷୀ ଦୈତାରି !

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.