ETV Bharat / state

BJP Allegation: ବିଜୁ ପଟ୍ଟନାୟକ ମହିଳା କଲେଜ କୋଠା ବଦଳରେ ତିଆରି ହୋଇଛି ପାଚେରୀ - ସୁବର୍ଣ୍ଣପୁର ଗୃହ ଓ ପୂର୍ତ୍ତି ବିଭାଗରେ ଦୁର୍ନିତୀ ଅଭିଯୋଗ

ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ମିଳିଥିବା ୯୬ ଲକ୍ଷ ଟଙ୍କା ବେଆଇନ ଭାବେ ଖର୍ଚ୍ଚ ହୋଇଥିବା ବିଜେପି ସାଙ୍ଘାତିକ ଅଭିଯୋଗ କରିଛି । ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସରକାରଙ୍କୁ ମିଥ୍ୟା ୟୁସି ରିପୋର୍ଟ ଦେଇଛନ୍ତି । ଅଧିକ ପଢ଼ନ୍ତୁ

BJP Allegation: ବିଜୁ ପଟ୍ଟନାୟକ ମହିଳା କଲେଜ କୋଠା ବଦଳରେ ତିଆରି ହୋଇଛି ପାଚେରୀ

author img

By

Published : Dec 22, 2021, 6:31 PM IST

ସୁବର୍ଣ୍ଣପୁର: ସରକାରୀ ନୀତି ନିୟମର ଉଲଂଘନ କରି ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ବିଜେପି । ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ମିଳିଥିବା ୯୬ ଲକ୍ଷ ଟଙ୍କା ବେଆଇନ ଭାବେ ଖର୍ଚ୍ଚ ହୋଇଥିବା ବିଜେପି ସାଙ୍ଘାତିକ ଅଭିଯୋଗ କରିଛି । ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସରକାରଙ୍କୁ ମିଥ୍ୟା ୟୁସି ରିପୋର୍ଟ ଦେଇଛନ୍ତି । ସୁବର୍ଣ୍ଣପୁରର ବରିଷ୍ଠ ବିଜେପି ନେତା ବଳଦେବ ବେଦବାଗ ଏହି ଅଭିଯୋଗ କରିଛନ୍ତି ।

BJP Allegation: ବିଜୁ ପଟ୍ଟନାୟକ ମହିଳା କଲେଜ କୋଠା ବଦଳରେ ତିଆରି ହୋଇଛି ପାଚେରୀ

ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଗୃହ ଓ ପୂର୍ତ୍ତ ବିଭାଗକୁ ୯୬ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ତାହା କୋଠା ନିର୍ମାଣରେ ଖର୍ଚ୍ଚ ନ କରାଯାଇ ସେହି ଅନୁଦାନରେ ମହାବିଦ୍ୟାଳୟରେ ପାଚେରୀ ନିର୍ମାଣ କରାଯାଇଛି । ଏପରିକି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ସରକାରଙ୍କ ପାଖରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ୟୁସି ଦାଖଲ କରାଯାଇଛି ।

କେବଳ ଏହି ଗୋଟିଏ କାର୍ଯ୍ୟ ନୁହେଁ ସୁବର୍ଣ୍ଣପୁର ଗୃହ ଓ ପୂର୍ତ୍ତ ବିଭାଗ ମନମୁଖୀ କାର୍ଯ୍ୟ ହାଟରେ ଯାଇ ଦାଣ୍ଡରେ ଗଡୁଥିବା ଜିଲ୍ଲା ବିଜେପି ଅଭିିଯୋଗ କରିଛି । ନିର୍ବାହୀ ଯନ୍ତ୍ରୀ ସରକାରୀ ଦଳର ସମର୍ଥକ ଠିକାଦାରଙ୍କ ସହିତ ସଲାସୁତୁରା କରି ଏହି ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ସରକାରୀ ଅନୁଦାନ ଖର୍ଚ୍ଚ କରିବା ପାଇଁ ସରକାରୀ ନିର୍ଦ୍ଦେଶର ଉଲଂଘନ କରି ଖୋଲାଖୋଲି ୟୁସିର ମିଥ୍ୟା ରିପୋର୍ଟ ସରକାରଙ୍କ ପାଖରେ ଜମା କରିଛନ୍ତି ।

ଏହି ଅଭିଯୋଗ ନେଇ ନିର୍ବାହୀ ଯନ୍ତ୍ରୀ ପ୍ରତିକ୍ରିୟା ଦେବା ପାଇଁ ମନା କରୁଥିବାବେଳେ ଜିଲ୍ଲାପାଳ ବି ଏହି ପ୍ରଶ୍ନକୁ ଏଡେଇଯାଇ ମହାବିଦ୍ୟାଳୟର କୋଠା ତିଆରି କରାଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.