ETV Bharat / state

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ଶିଶୁକନ୍ୟା ଚୋରି ଘଟଣା: ଆସିଲା CCTV ଚିତ୍ର

author img

By

Published : Nov 21, 2021, 7:05 AM IST

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଚୋରି ହେବାର 12 ଘଣ୍ଟା ବିତି ଯାଇଥିଲେ ବି ଏଯାଏଁ ଶିଶୁର କୌଣସି ସନ୍ଧାନ ମିଳିନାହିଁ । ତେବେ ଶିଶୁ ହସ୍ତାନ୍ତରର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Photo
Photo

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଚୋରି ହେବାର 12 ଘଣ୍ଟା ବିତି ଯାଇଥିଲେ ବି ଏଯାଏଁ ଶିଶୁର କୌଣସି ସନ୍ଧାନ ମିଳିନାହିଁ । ତେବେ ଶିଶୁ ହସ୍ତାନ୍ତରର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ କନ୍ୟା ଚୋରୀ ଘଟଣା; ଆସିଲା CCTV ଚିତ୍ର

ଶିଶୁ କନ୍ୟାର ଜେଜେ ମା ବା ପ୍ରସୂତିଙ୍କ ମା’ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାଟକରେ ଅନ୍ୟ ଜଣେ ମହିଳାଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି । ଶୌଚାଳୟ ନିକଟରେ ଦୀର୍ଘ ସମୟ ଶିଶୁ କନ୍ୟାଟିକୁ ଧରି ଅପରିଚିତ ମହିଳାଙ୍କ ସହିତ କଥାବାର୍ତ୍ତା ହେବା ପରେ ପ୍ରସୂତି ସଂନ୍ତୋଷିନୀଙ୍କ ମା ଶିଶୁ କନ୍ୟାଟିକୁ ଅପରିଚିତ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଶିଶୁ କନ୍ୟାଟିକୁ ନେଇ ଫେରାର ହୋଇଯାଇଥିବା ମହିଳା ଜଣକ ମୁହଁରେ ମାକ୍ସ ପିନ୍ଧି ଥିବାରୁ ତାଙ୍କ ପରିଚୟ ସ୍ପଷ୍ଟ ହେଉନାହିଁ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସଦର ଟାଉନ ଥାନାରେ ଅପହୃତା ଶିଶୁ କନ୍ୟାର ପିତା ମାତା, ଜେଜେମାଙ୍କୁ ଅଟକ ରଖି ଘଟଣାର ଅନୁସଂଧାନ କରୁଛନ୍ତି । ତେବେ ଶିଶୁକନ୍ୟାକୁ ହସ୍ତାନ୍ତର କରିଥିବା ଜେଜେମା ଜାଣିଶୁଣି ଶିଶୁଟିକୁ ଅନ୍ୟ ହାତରେ ଟେକି ଦେଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ।

ହେଲେ ଜେଜେମା ଖାଲି ଗଣମାଧ୍ୟମ ନୁହେଁ ପୋଲିସକୁ ବି ମିଥ୍ୟା କହୁଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଏହି ଘଟଣାକୁ ବେଶ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଅନୁସନ୍ଧାନ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.