ETV Bharat / state

ଅଟକି ରହିଛି ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ

author img

By

Published : Jul 4, 2020, 4:10 PM IST

ଅଟକି ରହିଛି ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ । ଏପଟେ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି ।

building incomplete
ଅଟକି ରହିଛି ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ

ସୁବର୍ଣ୍ଣପୁର: ଅଟକି ରହିଛି ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ । ଏପଟେ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁଯାୟୀ, ତିନି ବର୍ଷ ଭିତରେ ଚିକିତ୍ସାଳୟର ନୂତନ କୋଠାର ମାତ୍ର 60 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି 40 ପ୍ରତିଶତ କାର୍ଯ୍ୟ ବାକି ରହିଛି । ଗତ 2019 ଡିସେମ୍ବର 11ରେ ଶିଶୁ ଓ ମାତୃ ଚିକିତ୍ସା ବିଭାଗ ନୂତନ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାରକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ହେଲେ ଆଜକୁ 7 ମାସ ବିଳମ୍ବ ହେବା ପରେ ବି ନିର୍ମାଣ କାର୍ଯ୍ୟ ମାତ୍ର 60 ପ୍ରତିଶତ ଶେଷ ହୋଇଥିବା ପୂର୍ତ୍ତ ବିଭାଗ ପକ୍ଷରୁ ଜଣାପଡ଼ିଛି। 9 କୋଟି 58 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହେଉଥିବା ଏମସିଏଚ କୋଠା ସମ୍ପୂର୍ଣ୍ଣ ହୋଇ ପାରୁନଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନାହିଁ।

ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ପ୍ରସୂତି ବିଭାଗ ଓ ୱାର୍ଡରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । ପ୍ରସୂତି ମାନେ ଶଯ୍ୟା ଅଭାବରୁ ଚିକିତ୍ସାଳୟର ବାରଣ୍ଡାରେ ଶୋଇଥିବା ଦେଖିବାକୁ ମିଳିଛି । ଏମସିଏଚ କୋଠାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତ ନୂତନ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.