ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ଲକ ଡାଉନକୁ ଅମାନ୍ୟ କରି ବିନା କାର୍ଯ୍ୟରେ ଘରୁ ବାହାରୁ ଥିବା ଲୋକଙ୍କ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି ।
କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ପୋଲିସ ଜନସାଧାରଣଙ୍କ ଭିତରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରୁଛି । ହେଲେ ନିୟମ ମାନୁନଥିବା 104 ଜଣ ଲୋକଙ୍କ ଉପରେ ପୋଲିସ ମାମଲା ରୁଜୁ କରିଛି ।
ଏବେ ସୁଦ୍ଧା ଜିଲ୍ଲା ସାରା 104 ଗୋଟି ମାମଲା ରୁଜୁ କରାଯାଇଥିବା ବେଳେ 66 ଗୋଟି ମୋଟର ସାଇକେଲ ,2 ଗୋଟି ଟ୍ରକ ଓ ଗୋଟିଏ ପିକଅପ ଭ୍ୟାନ ଜବତ କରିଛି । ବର୍ତ୍ତମାନ ସମୟରେ ଲୋକେ ଘରେ ରହି କୋରୋନା ବିପକ୍ଷରେ ଯୁଦ୍ଧ କରନ୍ତୁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ