ସୁବର୍ଣ୍ଣପୁର: ଜିଲ୍ଲା ଶ୍ରମିକ ସଂଗଠନ ଓ ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ୭ ଦଫା ଦାବି ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ମହାମାରୀ କୋରୋନା ଯୋଗୁଁ ଶ୍ରମିକମାନଙ୍କ ଜୀବନଜୀବିକା ଉପରେ ବିଶେଷ ପ୍ରଭାବ ପଡିଛି । ତାସହ ପ୍ରବାସୀ ଶ୍ରମିକମାନେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଅଭିଯୋଗ ହୋଇଛି ।
ତେବେ ରାଜ୍ୟ ସରକାର କରିଥିବା ବିଭିନ୍ନ ଯୋଜନା ଗୁଡିକ ମଧ୍ୟ ଗରିବ ଶ୍ରମିକମାନଙ୍କ ପାଖରେ ପହଞ୍ଚି ପାରୁ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସରକାର ଠିକା ନିଯୁକ୍ତକୁ ବନ୍ଦ କରି ନିୟମିତ ଚାକିରି ଦେବାକୁ ଦାବି କରିଛନ୍ତି । ଯୁବବର୍ଗଙ୍କୁ ରାଜ୍ୟ ସରକାର ଦକ୍ଷତା ଭିତ୍ତିକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଶ୍ରମିକମାନଙ୍କୁ ଶୀଘ୍ର ସାହଯ୍ୟ ପ୍ରଦାନ କରିବା ସହିତ 7 ଦଫା ପୂରଣ ପାଇଁ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ