ETV Bharat / state

ଧର୍ମୀୟ ଭାତୃଭାବର ଉଦାହରଣ ସୁବର୍ଣ୍ଣପୁର କାଳୀପୂଜା - religious brotherhood

ମୁସଲମାନ ଓ ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏକତ୍ର ସୁବର୍ଣ୍ଣପୁର ରାମଧୁନ କ୍ଳବ ପକ୍ଷରୁ ମହାସମାରୋହରେ ଦେବୀ କାଳୀଙ୍କ ପୂଜା ଆରାଧନା କରୁଛନ୍ତି।

ଧର୍ମୀୟ ଭାତୃଭାବର ଉଦାହରଣ ସୁବର୍ଣ୍ଣପୁରର କାଳୀ ପୂଜା
author img

By

Published : Nov 1, 2019, 11:35 PM IST

ସୁବର୍ଣ୍ଣପୁର: ଜିଲ୍ଲାର ମଝିପଡା ରାମଧୁନ କ୍ଳବ ପକ୍ଷରୁ ମହାସମାରୋହରେ ଦେବୀ କାଳୀଙ୍କ ପୂଜା ପାଳନ କରାଯାଉଛି। ଉଭୟ ମୁସଲମାନ ଓ ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏକତ୍ର ଦେବୀ କାଳୀଙ୍କ ପୂଜା ଆରାଧନା କରୁଛନ୍ତି।

ଧର୍ମୀୟ ଭାତୃଭାବର ଉଦାହରଣ ସୁବର୍ଣ୍ଣପୁରର କାଳୀ ପୂଜା

ଆଜକୁ ପ୍ରାୟ 51 ବର୍ଷ ହେଲା ରାମଧୁନ କ୍ଳବ ତରଫରୁ ଏହି ପୂଜା ପାଳନ କରାଯାଉଛି। କ୍ଳବର ମୁସଲମାନ ସଭ୍ୟମାନେ ଖାଲି ଯେ ପୂଜା ଚାନ୍ଦା ଦେଉଛନ୍ତି ତାହା ନୁହେଁ ଦେବୀଙ୍କ ସନ୍ଧ୍ୟା ଆରତୀରେ ସାମିଲ ହେବା ସହିତ ଦେବୀଙ୍କୁ ପୂଜା ଥାଳି ବି ଅର୍ପଣ କରୁଛନ୍ତି। ଏଥର ଆଠ ଦିନ ଧରି ଦେବୀଙ୍କ ପୂଜା ପାଳନ କରାଯାଉଛି। ପୂଜା କମିଟି ତରଫରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ପୂଜା ମଣ୍ଡପକୁ ସଜ୍ଜିତ କରାଯାଇଛି।

ପୂଜାର କଳେବର ବୃଦ୍ଧି ପାଇଁ କଲ୍ୟାଣ ମଣ୍ଡପ ପଡ଼ିଆରେ ମୀନାବଜାର ପଡିଛି। ପୂଜା ମଣ୍ଡପ ରାସ୍ତାରେ ସୁନ୍ଦର ମଞ୍ଚ ସଜ୍ଜା କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଦିନକୁ ଦିନ ସନ୍ଧ୍ୟା ଆରତୀ ଦର୍ଶନ ସହିତ ମୃଣ୍ମୟୀ ଦେବୀଙ୍କ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି। ଆଗମୀ 9 ତାରିଖରେ ଦେବୀଙ୍କ ବିସର୍ଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ମଝିପଡା ରାମଧୁନ କ୍ଳବ ପକ୍ଷରୁ ମହାସମାରୋହରେ ଦେବୀ କାଳୀଙ୍କ ପୂଜା ପାଳନ କରାଯାଉଛି।ଉଭୟ ମୁସଲମାନ ଓ ହିନ୍ଦୁ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏକତ୍ର ଦେବୀ କାଳୀଙ୍କ ପୂଜା ଆରାଧନା କରୁଛନ୍ତି।ଆଜକୁ ପ୍ରାୟ 51 ବର୍ଷ ହେଲା ରାମଧୁନ କ୍ଳବ ତରଫରୁ ଏହି ପୂଜା ପାଳନ କରାଯାଉଛି।କ୍ଳବର ମୁସଲମାନ ସଭ୍ୟ ମାନେ ଖାଲି ଯେ ପୂଜା ଚାନ୍ଦା ଦେଉଛନ୍ତି ତାହା ନୁହେଁ ଦେବୀଙ୍କ ସନ୍ଧ୍ୟା ଆରତୀରେ ସାମିଲ ହେବା ସହିତ ଦେବୀଙ୍କୁ ପୂଜା ଥାଳି ବି ଅର୍ପଣ କରୁଛନ୍ତି।ଏଥର ଆଠ ଦିନ ଧରି ଦେବୀଙ୍କ ପୂଜା ପାଳନ କରାଯାଉଛି।ପୂଜା କମିଟି ତରଫରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ପୂଜା ମଣ୍ଡପକୁ ସଜ୍ଜିତ କରାଯାଇଛି।

Body:ପୂଜାର କଳେବର ବୃଦ୍ଧି ପାଇଁକଲ୍ୟାଣ ମଣ୍ଡପ ପଡ଼ିଆରେ ମିନା ବଜ଼ାର ପଡିଛି।ପୂଜା ମଣ୍ଡପ ରାସ୍ତାରେ ସୁନ୍ଦର ମଞ୍ଚ ସଜ୍ଜା କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।ଦିନକୁ ଦିନ ସନ୍ଧ୍ୟା ଆରତୀ ଦର୍ଶନ ସହିତ ମୃଣ୍ମୟୀ ଦେବୀଙ୍କ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି।ଆଗମୀ 9 ତାରିଖରେ ଦେବୀଙ୍କ ବିସର୍ଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବାଇଟ 1 ଲଡୁ କିଶୋର ମଲ୍ଲିକ , ଶ୍ରଦ୍ଧାଳୁ , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.