ETV Bharat / state

ସୁବର୍ଣ୍ଣପୁର ପାଲଟିଛି ଗଞ୍ଜେଇ କରିଡର

author img

By

Published : Jul 9, 2020, 1:46 AM IST

ସୁବର୍ଣ୍ଣପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେବା ସହିତ ନୂଆ ନୂଆ ଗାଡି ଜବତ ହେଉଛି। ବେପାରୀ ଗିରଫ ହୋଇ ଜେଲ ହାଜତକୁ ଯାଉଛନ୍ତି, ତଥାପି ଗଞ୍ଜେଇ କାରବାରରେ ଥମିବାର ନାଁ ନେଉନାହିଁ ।

ସୁବର୍ଣ୍ଣପୁର ପାଲଟିଛି ଗଞ୍ଜେଇ କରିଡର
ସୁବର୍ଣ୍ଣପୁର ପାଲଟିଛି ଗଞ୍ଜେଇ କରିଡର

ସୁବର୍ଣ୍ଣପୁର: ଗଞ୍ଜେଇ ବେପାରର କରିଡରରେ ପରିଣତ ହେବାରେ ଲାଗିଛି ସୁବର୍ଣ୍ଣପୁର । ପୋଲିସ ଆଖିରେ ଧୂଳି ଦେଇ ଅଭିନବ ଉପାୟରେ ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେବା ସହିତ ନୂଆ ନୂଆ ଗାଡି ଜବତ ହେଉଛି। ବେପାରୀ ଗିରଫ ହୋଇ ଜେଲ ହାଜତକୁ ଯାଉଛନ୍ତି, ତଥାପି ଗଞ୍ଜେଇ କାରବାରରେ ଥମିବାର ନାଁ ନେଉନାହିଁ ।

ସୁବର୍ଣ୍ଣପୁର ପାଲଟିଛି ଗଞ୍ଜେଇ କରିଡର

ସୂଚନା ଯେ, 2020 ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଥାନାରେ ଗଞ୍ଜେଇ ଚାଲାଣ ମାମଲାରେ 9ଟି କେସ୍‌ ଦାଖଲ ହୋଇଛି। ସବୁଠାରୁ ଅଧିକ ସଦର ଟାଉନ ଥାନାରେ ପୋଲିସ 6ଟି କେସ୍‌ କରିଛି। ବିନିକା ,ଉଲୁଣ୍ଡା ଓ ତରଭା ଥାନାରେ ଗୋଟିଏ ଲେଖାଏଁ କେସ୍‌ ଦାଖଲ ହୋଇଛି। ମୋଟ 7 କୁଇଣ୍ଟାଲ 44 କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ 14 ଜଣ ଗଞ୍ଜେଇ ବେପାରୀ ପୋଲିସ ହାବୁଡ଼ରେ ପଡିଛନ୍ତି। ହେଲେ ଏହି ଘଟଣା ଗୁଡ଼ିକରୁ ଅନେକ ବେପାରୀ ଖସି ଯାଇଛନ୍ତି। ତେବେ ଏହି ଘଟଣା ଗୁଡିକରେ ଗୋଟିଏ ଟ୍ରକ, ତିନୋଟି ଚାରି ଚକିଆ ଗାଡି ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି। ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ପୋଲିସ ଅନେକ ସମୟରେ ଏହି ବେଆଇନ କାରବାରକୁ ଧରି ପାରୁନାହିଁ। ଅପରପକ୍ଷରେ ଏସପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଏହି ବେଆଇନ କାରବାର ବନ୍ଦ କରିବାକୁ ବିଭିନ୍ନ ଯାଗାରେ ଚଢ଼ାଉ ଜୋରଦାର କରାଯାଇଛି।

ବୌଦ୍ଧ ଜିଲ୍ଲା ଶଗଡା ଓ କଣ୍ଟାମାଲ ଅଞ୍ଚଳରୁ ସୁବର୍ଣ୍ଣପୁର ସହର ଦେଇ ମଧ୍ୟପ୍ରଦେଶ ,ଉତ୍ତରପ୍ରଦେଶ,ଝାରଖଣ୍ଡ ଆଦି ଦେଶର ବିଭିନ୍ନ ପ୍ରଦେଶର ବ୍ୟବସାୟୀ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ପଡୋଶୀ ଜିଲ୍ଲାରେ ବ୍ୟାପକ ପରିମାଣରେ ଗଂଜେଇ ଚାଷ ହେଉଥିବା ବେଳେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ତଥାପି ଜଙ୍ଗଲ ଗୁଡିକର ଆଭ୍ୟନ୍ତରୀଣ ଯାଗା ଗୁଡିକରୁ ପ୍ରଚୁର ପରିମାଣରେ ଗଞ୍ଜେଇ ଉତ୍ପାଦନ ହେଉଛି।ଯେଉଁଥିପାଇଁ ସୁବର୍ଣ୍ଣପୁର ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ପୋଲିସ ମୁଣ୍ଡବ୍ୟଥାର କାରଣ ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.