ETV Bharat / state

ଖରିଫ ଋତୁ ଚାଷ ପାଇଁ ଚଢା ଦରରେ ସାର କିଣିଲେ ଚାଷୀ

author img

By

Published : Jul 25, 2022, 6:24 PM IST

Updated : Jul 25, 2022, 7:15 PM IST

ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ୟୁରିଆ ସାରର ମୂଲ୍ୟ ଠାରୁ ଅଧିକ ଦରରେ ସାର କିଣିବାକୁ ପଡୁଥିବା ଚାଷୀଙ୍କ ଅଭିଯୋଗ । ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

ଖରିଫ ଋତୁ ଚାଷ ପାଇଁ ଚଢା ଦରରେ ସାର କିଣିଲେ ଚାଷୀ
ଖରିଫ ଋତୁ ଚାଷ ପାଇଁ ଚଢା ଦରରେ ସାର କିଣିଲେ ଚାଷୀ

ସୁବର୍ଣ୍ଣପୁର: ଜିଲ୍ଲାରେ ଖରିଫ ଋତୁ ଧାନ ଚାଷ ଏଥର ବେଶ ବିଳମ୍ବ ହୋଇଛି । ସାରର ଅଭାବ ଯୋଗୁଁ ଚାଷୀ ମାନେ ବେଶ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚାଷ କାର୍ଯ୍ୟପାଇଁ ଜମିରେ ପାଣି ଅଭାବରୁ ଚାଷୀ ମାନେ ଏଥର ଭଲ ଅମଳ ଆଶା ରଖିନଥିଲେ । ପରେ ରାଜ୍ୟକୁ ମୌସୁମୀ ଆଗମନରେ ସ୍ବଳ୍ପ ପରିମାଣରେ ବର୍ଷା ହେବାରୁ ଚାଷୀ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା । ମାତ୍ର ଚାଷ ପାଇଁ ଆବଶ୍ୟକ ପରିମାଣରେ ଚାଷୀ ସାର ପାଇ ନ ଥିବାରୁ ବିନା ସାରରେ ବି ଚାଷୀ ତଳି ପକା ଓ ବିହୁଡା କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।

ଚାଷ ପାଇଁ ସାର କିଣିବାକୁ ହେଲେ ଚଢା ଦରରେ କିଣିବାକୁ ପଡୁଛି ବୋଲି ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି । ସରକାର ୟୁରିଆ ସାରକୁ ଚାଷୀଙ୍କ ପାଇଁ ଯେତିକି ଦର ଧାର୍ଯ୍ୟ କରିଥିଲେ ତାଠୁ ଅଧିକ ଦରରେ କିଣିବାକୁ ପଡୁଛି ବୋଲି ଚାଷୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ହେଲେ ଖରିଫ ଋତୁରେ ଡେରିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବାରୁ ଚାଷୀ ବାଧ୍ୟ ହୋଇ ଚଢା ଦରରେ ବଜାରରୁ ୟୁରିଆ ସାର କିଣି ଚାଷ ଜମିରେ ବ୍ୟବହାର କରିଛି ।

ତେବେ ଅନେକ ସ୍ଥାନରେ ପୋଲିସର ସହାୟତା ନେଇ ସାର ଗୋଦାମ ଆଗରେ ଚାଷୀମାନଙ୍କୁ ସାର ପ୍ରଦାନ କରାଯାଉଛି । ତେବେ ଚାଷୀମାନେ ନିଜ ଜମି ପାଇଁ ଯେତେ ସାର ଆବଶ୍ୟକ କରୁଛନ୍ତି ସେହି ପରିମାଣରେ ସାର ମିଳୁନଥିବା ଅଭିଯୋଗ ହୋଇଛି । ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ବିହନ, କାଦୁଅ ସାର ଓ ୟୁରିଆ ସାରର କୁତ୍ରିମ ଅଭାବ ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jul 25, 2022, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.