ETV Bharat / state

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା - ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର

ସୁବର୍ଣ୍ଣପୁର ଜିଲ୍ଲା ମହିଳା ବିଜେପି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

Subarnapur District BJP Mahila Morcha
Subarnapur District BJP Mahila Morcha
author img

By

Published : Oct 21, 2021, 10:47 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ମହିଳା କାର୍ଯ୍ୟକର୍ତ୍ତା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା

ଅପରାଧୀକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ସଂପୃକ୍ତ ହେଉଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଇଥିଲା । ଭବାନୀପାଟଣା ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାର ଦୃଢ ପ୍ରତିବାଦ କରିବା ସହିତ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ କରିଥିଲେ । ବିଦ୍ୟାଳୟର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ହୋଇଥିବା ବେଳେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅଭିଯୁକ୍ତକୁ ସୁରକ୍ଷା ଯୋଗାଇ ଦେବାରେ ନିଜ କ୍ଷମତା ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

ଏପରିକି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେଉଁ ଉଦ୍ଦେଶ୍ୟରେ ସନସାଇନ ପବ୍ଳିକ ସ୍କୁଲରେ ରାତ୍ରୀ ଯାପନ କରୁଥିଲେ ଓ ଗୋବିନ୍ଦ ସାହୁଙ୍କ ସହିତ ତାଙ୍କର ଘନିଷ୍ଠତା ଏହି ହତ୍ୟାକାଣ୍ଡରେ ତାଙ୍କର ସଂପୃକ୍ତିକୁ ପଦାରେ ପକାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଟାଣିଥିବା ଅଭିଯୋଗ କରି ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତ ବ୍ୟକ୍ତି ବିଶେଷ ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି ।

ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.