ETV Bharat / state

ଦୁର୍ନୀତି ଅଭିଯୋଗ କରିଥିଲା AAP, ଖଣ୍ଡନ କଲେ ସୁବର୍ଣ୍ଣପୁର ଶିଶୁ ସୁରକ୍ଷା ଅଧିକାରୀ

author img

By

Published : May 16, 2023, 8:11 AM IST

ସୁବର୍ଣ୍ଣପୁର ଆମ ଆଦମୀ ପାର୍ଟି ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଆର୍ଥିକ ଆନିୟମିତତା ନେଇ ଅଭିଯୋଗ । ଅଭିଯୋଗ ଖଣ୍ଡନ କଲେ ଆଧିକାରୀ । ଅଧିକ ପଢ଼ନ୍ତୁ

ଆର୍ଥିକ ଅନିୟମିତତାକୁ ଖଣ୍ଡନ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ବେଟି ବଚାଓ ବେଟି ପଢାଓ ନାଁରେ ଶିଶୁ ସୁରକ୍ଷା ଅଧିକାରୀ ଦୁର୍ନୀତିରେ ଲିପ୍ତ

ସୁବର୍ଣ୍ଣପୁର: ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଆର୍ଥିକ ଆନିୟମିତତା ନେଇ ଅଭିଯୋଗ ଆଣିଥିଲା । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଧିକାରୀ । ସେ କୌଣସି ଆର୍ଥିକ ଅନିୟମିତତାରେ ଲିପ୍ତ ନ ଥିବା କହିଛନ୍ତି । ଗତ 12 ତାରିଖରେ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନମୁଖୀ ନିର୍ଦ୍ଦେଶନାମା ଜାରି କରି ଆର୍ଥିକ ଅନିୟମିତତା କରୁଥିବା ଅଭିଯୋଗ କରି ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ ।

ଜିଲ୍ଲାର ପ୍ରାୟ 850ରୁ ଅଧିକ ରାଜସ୍ବ ଗାଁରେ ରହୁଥିବା ପ୍ରାୟ ଲକ୍ଷେ 80 ହଜାରରୁ ଅଧିକ ପରିବାରକୁ ଏହି ସଚେତନତା ଅଭିଯାନରେ ସାମିଲ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା । ପ୍ରତ୍ୟେକ ପରିବାର ପାଖରୁ ତିରିଶ ଟଙ୍କା ଲେଖାଏଁ ଆଦାୟ କରି ଏକ ମୋଟା ଅଙ୍କ ଆତ୍ମସାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି କରାଯାଇଥିବା ଅଭିଯୋଗକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖଣ୍ଡନ କରିଛି । ତା ସହିତ ଏହି ଘଟଣାରେ ଜଡିତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଚର୍ତଭୁଜ ଦାସ କହିଛନ୍ତି, "ଯିଏ ବି ଆର୍ଥିକ ଅନିୟମିତତା ହୋଇଥିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲୋକଙ୍କମାନଙ୍କୁ ସଚେତନ କରାଇବା ପାଇଁ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ୬ ମାସ ତଳେ କରାଯାଇଥିଲା । ଯଦି କିଛି ବି ଆର୍ଥିକ ଅନିୟମିତତା ହୋଇଛି ତଦନ୍ତ କରାଯିବ । ଏହାପରେ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ।"

ବିହାରରୁ ଏକ ଘରୋଇ କମ୍ପାନୀ ଆସି ଜିଲ୍ଲାପାଳଙ୍କୁ ଏହି ସଚେତନତା ଅଭିଯାନ ପାଇଁ ଏକ ପତ୍ର ଦେଇଥିଲେ । ଜିଲ୍ଲାପାଳ ସେହି ପତ୍ରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପଠେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ତେବେ ଜିଲ୍ଲାପାଳ ଦେଇଥିବା ପତ୍ର ଆଧାରରେ ସେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଏକ ପତ୍ର ଲେଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଏହା କୌଣସି ଆର୍ଥିକ ଅନିୟମିତତା ନୁହେଁ କିମ୍ବା ସେ କୌଣସି ଆର୍ଥିକ ଅନିୟମିତତାରେ ସଂପୃକ୍ତ ନୁହଁନ୍ତି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.