ETV Bharat / state

ବର୍ଷାରେ ଭୁଶୁଡ଼ିଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାନ୍ଥ - ଭୁଶୁଡିଲା କାର୍ଯ୍ୟାଳୟ କାନ୍ଥ

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଦୁର୍ବଳ ହୋଇ ସୁବର୍ଣ୍ଣପୁର ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭୁଶୁଡି ପଡିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣଯାତ୍ରା
author img

By

Published : Sep 5, 2019, 3:12 PM IST

ସୁବର୍ଣ୍ଣପୁର: ଭିଷଣ ବର୍ଷାରେ ଭୁଷୁଡିଲା ସୁବର୍ଣ୍ଣପୁର ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ । ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଦୁର୍ବଳ ହୋଇ ପଡ଼ିଥିବା କାନ୍ଥଟି ଭୁଶୁଡି ପଡିଥିଲା । ପ୍ରାୟ 20 ଫୁଟ ବିଶିଷ୍ଟ କାନ୍ଥ ଭୁଷୁଡି ଯିବାରୁ ଦୁଇଟି ମୋଟର ସାଇକେଲ କ୍ଷତି ହୋଇ ଥିବାବେଳେ ଜଣେ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣଯାତ୍ରା

ଭାଙ୍ଗି ଯାଇଥିବା କାନ୍ଥକୁ ଲାଗି ଦୁଇଟି ବାରଣ୍ଡା ତିଆରି କରାଯାଇଥିଲା । ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ଲୋକେ ସେହି ବାରଣ୍ଡାରେ ବିଶ୍ରାମ ନେବା ସହିତ ଷ୍ଟାମ୍ପ ଭେଣ୍ଡର ଓ ଲେଖକମାନେ ବସି ନିଜର କାର୍ଯ୍ୟ କରୁଥିଲେ । ତେବେ ଦୀର୍ଘ ଦିନରୁ ଦୁର୍ବଳ ହୋଇ ପଡ଼ିଥିବା କାନ୍ଥକୁ ଭାଙ୍ଗି ନୂତନ ପାଚେରୀ ଓ ବାରଣ୍ଡା ତିଆରି କରିବା ପାଇଁ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇ ଆସୁଥିଲା । ହେଲେ ଏଯାଏଁ କାନ୍ଥ ମରାମତି କରା ଯାଇ ନଥିବାରୁ ବର୍ଷାରେ କାନ୍ଥଟି ଭାଙ୍ଗି ପଡିଛି ।

ଅପରପକ୍ଷରେ ତୁରନ୍ତ ଏହା ମରାମତି କରାଯିବା ସହିତ ଲୋକେ ବିଶ୍ରାମ ନେଵାକୁ ନୂତନ ଭାବେ ବାରଣ୍ଡା ଦୁଇଟିକୁ ତିଆରି କରାଯିବ ବୋଲି ଉପଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ କାନ୍ଥ ଭୁଶୁଡି ପଡ଼ିଛି।ଲଘୁଚାପଜନିତ ପ୍ରବଳ ବର୍ଷାରେ ଦୁର୍ବଳ ହୋଇ ପଡ଼ିଥିବା କାନ୍ଥଟି ଭୁଶୁଡି ପଡିଥିଲା।ପ୍ରାୟ 20 ଫୂଟ ବିଶିଷ୍ଟ କାନ୍ଥଟି ଭାଙ୍ଗି ଯିବାରୁ କଚେରୀର ବିଭିନ୍ନ କାର୍ଯ୍ୟ ପାଇଁ ସେଠାରେ ବସୁଥିବା ଷ୍ଟାମ୍ପ ଭେଣ୍ଡର , ଲେଖକ ମାନଙ୍କ ଅସୁବିଧା ହୋଇଛି । ଭାଙ୍ଗି ଯାଇଥିବା କାନ୍ଥକୁ ଲାଗି ଦୁଇଟି ବାରଣ୍ଡା ତିଆରି କରାଯାଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ଲୋକେ ସେହି ବାରଣ୍ଡାରେ ବିଶ୍ରାମ ନେବା ସହିତ ଷ୍ଟାମ୍ପ ଭେଣ୍ଡର ଓ ଲେଖକ ମନେ ବସି ନିଜର କାର୍ଯ୍ୟ କରୁଥିଲେ।

Body:ଦୀର୍ଘ ଦିନରୁ ଦୁର୍ବଳ ହୋଇ ପଡ଼ିଥିବା କାନ୍ଥଟି ଭାଙ୍ଗି ନୂତନ ପାଚେରୀ ଓ ବାରଣ୍ଡା ତିଆରି କରିବା ପାଇଁ ଉପ ଜିଲ୍ଲାପାଳଙ୍କ ପାଖରେ ଦାବି ହୋଇ ଆସୁଥିଲା । ହେଲେ ଏଯାଏଁ କାନ୍ଥ ମରାମତି କରା ଯାଇ ନ ଥିବାରୁ ବର୍ଷାରେ କାନ୍ଥଟି ଭାଙ୍ଗି ପଡିଛି ।
ସୂଚନୀୟ କାନ୍ଥଟି ପଡିବା ବେଳେ ଦୁଇଟି ମୋଟରସାଇକେଲ କ୍ଷତି ହୋଇ ଥିବା ବେଳେ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

Conclusion:ଅପରପକ୍ଷରେ ତୁରନ୍ତ ଏହା ମରାମତି କରାଯିବା ସହିତ ଲୋକେ ବିଶ୍ରାମ ନେଵାକୁ ନୂତନ ଭାବେ ବାରଣ୍ଡା ଦୁଇଟିକୁ ତିଆରି କରାଯିବ ବୋଲି ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.