ETV Bharat / state

ସୁବର୍ଣ୍ଣପୁର ଆଇଟିଆଇ କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଫର୍ମ ଫିଲଅପ କରିବାରୁ ବଞ୍ଚିତ ହେବା ନେଇ ସୁବର୍ଣ୍ଣପୁର ଆଇଟିଆଇ କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ ।

author img

By

Published : Jun 12, 2019, 2:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) କଲେଜରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀମାନେ। ଚତୁର୍ଥ ସେମିଷ୍ଟାର ପାଇଁ ଉପସ୍ଥାନ 50 ପ୍ରତିଶତ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରିତ କରିଥିବାରୁ ଅଧିକାଂଶ ପିଲା ଫର୍ମ ଫିଲଅପ କରିବାରୁ ବଞ୍ଚିତ ହୋଇଛନ୍ତି । ଜୁନ 12 ତାରିଖ ଫର୍ମ ଫିଲଅପ ପାଇଁ ଶେଷ ତାରିଖ ହୋଇଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷ ଆସିବା ପୂର୍ବରୁ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ଧାରଣା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସିନିୟର ଛାତ୍ରଛାତ୍ରୀମାନେ ଗତ 3ଟି ସେମିଷ୍ଟାରରେ ଉପସ୍ଥାନ 30 ରୁ 40 ପ୍ରତିଶତ ନିର୍ଦ୍ଧାରିତ କରିଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ବର୍ଷ ଆରମ୍ଭରୁ ସୂଚନା ନଦେଇ 4ର୍ଥ ସେମିଷ୍ଟାର ପାଇଁ 50 ପ୍ରତିଶତ ଉପସ୍ଥାନ ଆବଶ୍ୟକ ବୋଲି ନୋଟିସ ପ୍ରଦାନ କରିଛନ୍ତି । ଫଳରେ ଉପସ୍ଥାନ କମ ଥିବା ଛାତ୍ରଛାତ୍ରୀମାନେ ଆଗାମୀ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ହେବା ଆଶଙ୍କା କରି ଆନ୍ଦୋଳନ କରିଛନ୍ତି ।

ଏପରିକି ଛାତ୍ରଛାତ୍ରୀମାନେ ଆଇଟିଆଇ କଲେଜରେ ହଷ୍ଟେଲ ସମସ୍ୟା, ପିଇବା ପାଣିର ଅଭାବ ତଥା ଅଧ୍ୟକ୍ଷ ପ୍ରତିଦିନ ଆସୁନଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବା ସହିତ କଲେଜର ଅନ୍ୟାନ୍ୟ ସମସ୍ୟା ଥିବା କଥାକୁ ଅଧ୍ୟକ୍ଷ ଅସ୍ବୀକାର କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visuals and bytes by ftp
tirthabashi panda 
subarnapur

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.