ସୁବର୍ଣ୍ଣପୁର: ମହାନଦୀରେ ବୁଡି ଛାତ୍ର ମୃତ । ହୋଲି ଖେଳି ଗାଧୋଇବାକୁ ଯାଇଥିବାବେଳେ ମହାନଦୀରେ ବୁଡି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସୋନପୁର ସହରର ଦଶମ ଶ୍ରେଣୀ ଛାତ୍ର ସୁମିତ୍ ମେହେର ବୋଲି ଜଣାପଡିଛି ।
ସୋମବାର ଛାତ୍ର ଜଣକ ହୋଲି ଖେଳି ସାରିବା ପରେ ସମ୍ପର୍କୀୟଙ୍କ ସହିତ ସୋନପୁର ମହାନଦୀ ବ୍ରିଜ ତଳ ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ପାଣି ସ୍ରୋତରେ ଭାସି ଯାଇଥିଲେ । କିଛି ଦୂର ଭାସି ଯିବା ପରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ ।
ମାତ୍ର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଛାତ୍ର ଜଣକ ସ୍ଥାନୀୟ ଏକ ପବ୍ଲିକ ସ୍କୁଲର ଛାତ୍ର ଥିଲେ ବୋଲି ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ