ETV Bharat / state

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଗାଡି ମୋଟର ଚେକିଂ - ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଟ୍ରାଫିକ

ସୁବର୍ଣ୍ଣପୁର-ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥର କଳାପଥର ଛକଠାରେ ସୁବର୍ଣ୍ଣପୁର ପରିବହନ ବିଭାଗ ଓ ସମ୍ବଲପୁର ଜିଲ୍ଲାର ଟ୍ରାଫିକ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚେକିଂ ଆରମ୍ଭ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଗାଡି ମୋଟର ଚେକିଂ

author img

By

Published : Nov 6, 2020, 5:58 AM IST

ସୁବର୍ଣ୍ଣପୁର: କିଛି ଦିନର ବ୍ୟବଧାନ ପରେ, ପୁଣି ଆରମ୍ଭ ହେଲା ଗାଡି ମୋଟର ଚେକିଂ । ସୁବର୍ଣ୍ଣପୁର-ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥର କଳାପଥର ଛକଠାରେ ସୁବର୍ଣ୍ଣପୁର ପରିବହନ ବିଭାଗ ଓ ସମ୍ବଲପୁର ଜିଲ୍ଲାର ଟ୍ରାଫିକ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚେକିଂ ଆରମ୍ଭ ହୋଇଛି ।

ପୁଣି ଆରମ୍ଭ ହେଲା ଗାଡି ମୋଟର ଚେକିଂ

ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଟ୍ରାଫିକ ଯୁଧିଷ୍ଠିର ନାଏକଙ୍କ ନେତୃତ୍ବରେ ପରିବହନ ଓ ପୋଲିସ କର୍ମଚାରୀ ମାନେ ଆଜି ସଡକ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ ।

ଏଥିସହ ଗାଡି ମୋଟର ଚେକିଂ କରି ପରିବହନ ନିୟମ ଉଲଂଘନ କରୁଥିବା ବାଇକ ଆରୋହି ଓ ଡ୍ରାଇଭର ମାନଙ୍କ ପାଖରୁ ଫାଇନ ଆଦାୟ କରିଥିଲେ । ତେବେ କୋଭିଡ-19 ସଂକ୍ରମଣ ଆମ ରାଜ୍ୟରେ ଆରମ୍ଭ ହେବା ପରେ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନ ଥିଲା । ଲୋକେ ବେପରୁଆ ଭାବେ ଗାଡି ଚଳାଉଥିବା ବେଳେ ପରିବହନ ବିଭାଗର ଭୟ ଲୋକଙ୍କ ମନରୁ ଦୂରେଇ ଯାଇଥିଲା ।

ଆଜି(ଗୁରୁବାର) ହଠାତ ପୁଣି ଚେକିଂ ଆରମ୍ଭ ହେବାରୁ ଶହ ଶହ ଲୋକ ଫାଇନ ଗଣିବାକୁ ବାଧ୍ୟ ହୋଇଥିଲେ । ତେବେ ଆଗକୁ ନୂତନ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଲୋକଙ୍କ ଭିତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଆଶା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.