ETV Bharat / state

କଣ୍ଟେନମେଣ୍ଟ ଜୋନରେ କଟକଣା କଡାକଡି ନିର୍ଦ୍ଦେଶ, ଶୋଇ ପଢୁଛନ୍ତି ସୁରକ୍ଷା କର୍ମୀ

author img

By

Published : Aug 4, 2020, 10:46 PM IST

କଣ୍ଟେନମେଣ୍ଟ ଜୋନରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମୀମାନେ କଣ୍ଟେନମେଣ୍ଟ ଜୋନ ପ୍ରବେଶ ପଥ ଗୁଡିକରେ ଜଗି ରହୁଥିବା ଦେଖିବାକୁ ମିଳୁନାହିଁ ।

କଣ୍ଟେନମେଣ୍ଟ ଜୋନରେ କଟକଣା କଡାକଡିର ନିର୍ଦ୍ଦେଶ, ହେଲେ ଶୋଇ ପଢୁଛନ୍ତି ସୁରକ୍ଷା କର୍ମୀ

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଯାଉଛି । ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ବି କରାଯାଉଛି। ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନରେ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ବି ଦେଇଛନ୍ତି । ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ମୁତୟନ ବି କରାଯାଉଛି । ହେଲେ କଣ୍ଟେନମେଣ୍ଟ ଜୋନରେ କାର୍ଯ୍ୟରତ ଥିବା ସୁରକ୍ଷାକର୍ମୀମାନେ କଣ୍ଟେନମେଣ୍ଟ ଜୋନ ପ୍ରବେଶ ପଥ ଗୁଡିକରେ ଦେଖିବାକୁ ମିଳୁନାହାଁନ୍ତି ।

ସୁରକ୍ଷାକର୍ମୀ ମାନେ ନିଜ ଦାୟିତ୍ୱ ଠିକଭାବେ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି । ସୁରକ୍ଷା କର୍ମୀମାନେ ନିଜ ଡିଉଟି କରୁ ନାହାନ୍ତି।ଫଳରେ କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକେ କୋଭିଡ କଣ୍ଟେନମେଣ୍ଟ ଜୋନ ନିୟମ ଖୋଲା ଖୋଲି ଉଲଂଘନ କରୁଛନ୍ତି । ଯେଉଁ ପ୍ରବେଶ ପଥକୁ ସିଲ କରାଯାଇ କଣ୍ଟେନମେଣ୍ଟ ଜୋନ ପୋଷ୍ଟର ମରାଯାଇଛି ସେହି ପ୍ରବେଶ ପଥରେ ଲୋକେ ଯା ଆସ କରୁଛନ୍ତି।

ତେବେ କୋରୋନା ସଂକ୍ରମଣ ଭୟଙ୍କର ରୁପ ନେବା ଜଣାପଡୁଛି । ସହରର ପଟାଭାଡ଼ିର କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଖୋଲାଖୋଲି କଣ୍ଟେନମେଣ୍ଟ ଜୋନ ନିୟମ ଉଲଂଘନ ହୋଇଛି । ତେବେ ଘଟଣା ନଜରକୁ ଆସିବା ପରେ ଏ ସମ୍ପର୍କରେ ଜିଲ୍ଲା ପୋଲିସର ଉଚ୍ଚପଦସ୍ଥ ଅଧିକାରୀ ଏହାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.