ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂତାକଳର ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଶ୍ରମିକ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇ ଧାରଣାରେ ବସିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ସୂତକାଳ ଗଣପତି ବାଲାଜୀ ବର୍ଷର ଅଧିକାଂଶ ସମୟରେ ବନ୍ଦ ରହୁଥିବା ବେଳେ ମାତ୍ର ପାଞ୍ଚ ପ୍ରତିଶତ ଶ୍ରମିକ ମାନଙ୍କୁ ନେଇ ଚାଲିଛି । ପୂର୍ବରୁ ପ୍ରାୟ ଦୁଇ ହଜାରରୁ ଅଧିକ ଶ୍ରମିକ ଓ ଦେଢ ହଜାର କର୍ମଚାରୀ ଏହି ସୂତାକଳରେ ନିୟୋଜିତ ହୋଇଥିଲେ । ତେବେ ଘରୋଇକରଣ ପରେ ମାତ୍ର 200 ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ଚାଲୁଥିବା ସୂତାକଳ ଏବେ ବନ୍ଦ ହୋଇଛି । ତେବେ ଯେଉଁ ସୀମିତ ସଂଖ୍ୟକ ଶ୍ରମିକ ଓ କର୍ମଚାରୀ ଏଠାରେ କାମ କରୁଥିଲେ ଏବେ ବେକାର ବସିଛନ୍ତି । ଶ୍ରମିକ ମାନଙ୍କ ବକେୟା ଦରମା ,ଵୋନସ ମିଳି ନ ଥିବା ବେଳେ ଇପିଏଫ ଟଙ୍କା ବି ଜମା ହୋଇ ନ ଥିବା ଅଭିଯୋଗ ହୋଇଛି ।
ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ହୋଇଥିବାବେଳେ ଏଠାରେ ନିର୍ଭର କରି ଚଳୁଥିବା ଶ୍ରମିକ ମାନେ ଜୀବିକା ହରାଇ ବସିଛନ୍ତି । ତୁରନ୍ତ ସୂତାକଳ କାର୍ଯ୍ୟକ୍ଷମ କରିବା ସହିତ ଶ୍ରମିକଙ୍କ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ