ETV Bharat / state

ଗୁଜୁରାଟ ଅଭିମୁଖେ ତୀର୍ଥଯାତ୍ରୀ ଟ୍ରେନ, ସମ୍ବଲପୁରରୁ ଚଢିବେ ସୁବର୍ଣ୍ଣପୁର ଯାତ୍ରୀ

author img

By

Published : Oct 29, 2021, 9:34 PM IST

ଭାରତୀୟ ରେଳ ମନ୍ତ୍ରଣାଳୟର ପର୍ଯ୍ୟଟନ କର୍ପୋରେସନ ଆଗାମୀ 28 ନଭେମ୍ବରରେ ଗୁଜୁରାଟକୁ ତୀର୍ଥଯାତ୍ରା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛି । 11 ଦିନ 10 ରାତି ପାଇଁ ଯାତ୍ରୀମାନଙ୍କ ରହିବା ,ଖାଇବା ଠାରୁ ଆରମ୍ଭ କରି ଟ୍ରାଭେଲ ଇନସ୍ୟୁରେନସ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

Special train for Gujarat pilgrimage
Special train for Gujarat pilgrimage

ସୁବର୍ଣ୍ଣପୁର: ଭାରତୀୟ ରେଳ ମନ୍ତ୍ରଣାଳୟର ପର୍ଯ୍ୟଟନ କର୍ପୋରେସନ ଆଗାମୀ 28 ନଭେମ୍ବରରେ ଗୁଜୁରାଟକୁ ତୀର୍ଥଯାତ୍ରା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛି । 11 ଦିନ 10 ରାତି ପାଇଁ ଯାତ୍ରୀମାନଙ୍କ ରହିବା, ଖାଇବା ଠାରୁ ଆରମ୍ଭ କରି ଟ୍ରାଭେଲ ଇନସ୍ୟୁରେନସ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି ।

ଗୁଜୁରାଟ ତୀର୍ଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ; ସୁବର୍ଣ୍ଣପୁର ଜିଲ୍ଲାବାସୀ ସମ୍ବଲପୁରରୁ ଧରିବେ ଟ୍ରେନ

ଏହି ଟ୍ରେନରେ ସ୍ଲିପର ଶ୍ରେଣୀରେ 5ଟି ବଗି ଓ ଶୀତତାପ ନିୟନ୍ତ୍ରିତ ତୃତୀୟ ଶ୍ରେଣୀର 5 ଟି ବଗିର ବ୍ୟବସ୍ଥା କରାଯିବା ସହିତ ସୁବର୍ଣ୍ଣପୁର ଯାତ୍ରୀମାନଙ୍କ ପାଇଁ ସମ୍ବଲପୁର ଷ୍ଟେସନରେ ଚଢିବା ପାଇଁ ସୁବିଧା ପ୍ରଦାନ କରାଯାଇଛି । ଏହି ତୀର୍ଥଯାତ୍ରୀ ଟ୍ରେନ ସୋମନାଥ ମନ୍ଦିର ,ଦ୍ବାରକା ,ବେଦ ଦ୍ବାରକା ,ନାଗେଶ୍ବର ,ଅହମଦାବାଦ ସହିତ ଷ୍ଟାଚ୍ୟୁ ଅଫ ୟୁନିଟି ଓ ସାବରମତୀ ଆଶ୍ରମ ବୁଲିବା ପାଇଁ ସୁବିଧା ପ୍ରଦାନ କରାଯିବ । ତେବେ ଷ୍ଟାଣ୍ଡାର୍ଡ ସ୍ଲିପର ପାଇଁ 10 ହଜାର 400 ଟଙ୍କା ଓ ଥାର୍ଡ ଏସି ପାଇଁ 17 ହଜାର 330 ଟଙ୍କା ଟିକେଟ ଦର ରଖାଯାଇଛି । ତେବେ ଯାତ୍ରୀମାନଙ୍କୁ ଚା କଫି ଠାରୁ ଆରମ୍ଭ କରି ସକାଳ ସମସ୍ତ ଖାଦ୍ୟପେୟର ସବୁ ବ୍ୟବସ୍ଥା କରାଯାଇଛି ।

ଟ୍ରେନ ରହଣି ଷ୍ଟେସନରେ ରାତ୍ରିଯାପନ ପାଇଁ ବି ସୁବିଧା କରାଯାଇଛି । ଆଗ୍ରହୀ ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳ ବିଭାଗ ପର୍ଯ୍ୟଟନ କର୍ପୋରେସନ ପକ୍ଷରୁ ଆଜି(ଶୁକ୍ରବାର) ସୁବର୍ଣ୍ଣପୁର ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ଆଗ୍ରହୀ ଯାତ୍ରୀମାନେ ସମ୍ବଲପୁର ରେଳ ଷ୍ଟେସନରୁ ଯାତ୍ରା କରି ପାରିବେ ବୋଲି ସୂଚନା ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.