ETV Bharat / state

ହନୁମାନ ଜୟନ୍ତୀରେ ସମ୍ବଲପୁରେ ହିଂସାକାଣ୍ଡ: ସୁବର୍ଣ୍ଣପୁର ହିନ୍ଦୁ ସମାଜର ନ୍ୟାୟିକ ତଦନ୍ତ ଦାବି

author img

By

Published : Apr 24, 2023, 1:08 PM IST

ସମ୍ବଲପୁରେ ହିଂସାକାଣ୍ଡ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କଲା ସୁବର୍ଣ୍ଣପୁର ହିନ୍ଦୁ ସମାଜ । ଅଧିକ ପଢନ୍ତୁ

Sonpur Hindu Samaj
Sonpur Hindu Samaj
Sonpur Hindu Samaj

ସୋନପୁର: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଓ ପଥରମାଡ ଘଟଣା । ଗତ 14 ତାରିଖରେ ହୋଇଥିବା ହିଂସାକାଣ୍ଡ ଓ ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ସୁବର୍ଣ୍ଣପୁର ହିନ୍ଦୁ ସମାଜର ସଦସ୍ୟ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ଉପସ୍ଥାପନ କରାଯାଇଛି ।

ସମ୍ବଲପୁରରେ ହିନ୍ଦୁଙ୍କୁ ଆକ୍ରମଣ କରିବା ପ୍ରତିବାଦରେ ଗତ ଏପ୍ରିଲ 19 ତାରିଖରେ ସଦର ମହକୁମା ସହିତ ଜିଲ୍ଲାର ସମସ୍ତ ସହରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାର ସମର୍ଥନରେ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ଶାଖା ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ହନୁମାନ ଜୟନ୍ତୀ ପୂର୍ବରୁ ଗତ 12 ତାରିଖରେ ଧନୁପାଲି ଛକରୁ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁରରେ 144 ଧାରା ଲାଗୁ କରାଯାଇଥିଲା । ଏହାପରେ ଏପ୍ରିଲ 14 ତାରିଖ ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଜଣେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

ହିଂସାକାଣ୍ଡରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ସୋନପୁରରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ସ୍କୁଲ କଲେଜ ଆଗରେ ପିକେଟିଂ କରିଥିଲେ । ସେହିପରି ସହରର ପ୍ରବେଶ ପଥଗୁଡିକରେ ରାସ୍ତା ଅବରୋଧ କରିଥିଲେ । ଏହାର ପ୍ରଭାବରେ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକରେ ବ୍ୟାପକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା । ଜିଲ୍ଲା ସଦର ମହକୁମା ସହିତ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ସହରରେ ବନ୍ଦ ପାଳନ କରାଯାଇଥିଲା । ତେବେ ଆନ୍ଦୋଳନ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି ।

ତେଣୁ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ନ୍ୟାୟିକ ତଦନ୍ତ ଦାବି କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହିନ୍ଦୁ ସମାଜର ସଦସ୍ୟମାନେ ଦାବି କରିଛନ୍ତି । ଦାବି ପୂରଣ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ପୁଣି ଭୟାବହ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.