ETV Bharat / state

ପାତଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ

ସୁବର୍ଣ୍ଣପୁରର କୋଟସମଲେଇ ପାତଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ବିଗ୍ରହଙ୍କ ମହାସ୍ନାନ ନୀତି ସମ୍ପନ୍ନ । ଅତ୍ୟଧିକ ସ୍ନାନ ଯୋଗୁଁ ଅସୁସ୍ଥ ହୋଇ ଅଣସରକୁ ବିଜେ କରିଛନ୍ତି ତିନି ଠାକୁର । ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କର ସମାଗମ । ଅଧିକ ପଢ଼ନ୍ତୁ

author img

By

Published : Jun 14, 2022, 8:15 PM IST

ପାତଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ
ପାତଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ

ସୁବର୍ଣ୍ଣପୁର: କୋଟସମଲେଇ ପାତଳୀ ଶ୍ରୀକ୍ଷେତ୍ରରେ ଶ୍ରୀ ବିଗ୍ରହଙ୍କ ମହାସ୍ନାନ ନୀତି ସମ୍ପନ୍ନ । ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କର ସମାଗମ । ସ୍ନାନପର୍ବ ସହ ଆରମ୍ଭ ହୋଇଛି ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି । ଅତ୍ୟଧିକ ସ୍ନାନ ଯୋଗୁଁ ଅସୁସ୍ଥ ହୋଇ ଅଣସରକୁ ବିଜେ କରିଛନ୍ତି ତିନି ଠାକୁର ।

ଆଜି ଦେବସ୍ନାନ ପୂର୍ଣ୍ଣମୀରେ ସକାଳୁ ଦ୍ବାରଫିଟା, ମଙ୍ଗଳ ଆଳତୀ, ମଙ୍ଗଳାର୍ପଣ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ମଲମ ଲାଗି, ତଡପ ଲାଗି ଆଦି ନୀତି ଶେଷ ହେବା ପରେ ଚତୁର୍ଧା ମୂର୍ତ୍ତି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିଜେ କରିଥିଲେ । ଏହାପରେ 108 ଗରା ମହାନଦୀ ଜଳରେ ସୁବାସିତ ଦ୍ରବ୍ୟ ମିଶାଇ ଦାରୁ ବିଗ୍ରହମାନଙ୍କ ମହାସ୍ନାନ ପର୍ବ ପାଳନ କରାଯାଇଥିଲା । ତେବେ ଦୀର୍ଘ ୨ବର୍ଷ ପରେ ଚଳିତ ବର୍ଷ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାତଳୀ ଶ୍ରୀକ୍ଷେତ୍ରରେ ରଥରେ ଚତୁର୍ଧା ମୂର୍ତ୍ତି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.