ସୁବର୍ଣ୍ଣପୁର: ଲେଖକ କେଦାର ମିଶ୍ର ବିରୋଧରେ ବିବାଦ ବଢିବାରେ ଲାଗିଛି । ସୁବର୍ଣ୍ଣପୁର ଖାଲିଆପାଲି ସନ୍ଥକବି ଭୀମଭୋଇ ସାଧନା, ସିଦ୍ଧି ଓ ସମାଧି ପୀଠ ପକ୍ଷରୁ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ଭୀମ ଭୋଇ ପ୍ରେମୀ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଜଣେ ବିଦେଶୀ ଲେଖକଙ୍କ ସହିତ ସାହିତ୍ୟିକ କେଦାର ମିଶ୍ର ଭୀମଭୋଇଙ୍କ ଉପରେ ତାଙ୍କ ପୁସ୍ତକରେ ଅଶ୍ଳୀଳ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଛି। ଲେଖକ କେଦାର ମିଶ୍ର ପପୁଲାର ରିଲିଜିଅନ ଆଣ୍ଡ ଏସଏଟିକ ପ୍ରାକ୍ଟିସ ପୁସ୍ତକରେ ସନ୍ଥକବିଙ୍କ ସମ୍ପର୍କରେ ଅଶ୍ଳୀଳ ଟିପ୍ପଣୀ କରିଥିବାରୁ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଭୀମଭୋଇ ପ୍ରେମୀ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ