ETV Bharat / state

ପ୍ରାୟଶ୍ଚିତ ସତ୍ୟାଗ୍ରହ ପାଳନ କରୁଛି ନବ ନିର୍ମାଣ ସ୍ୱରାଜ ସଂଗଠନ

author img

By

Published : Aug 11, 2023, 10:22 PM IST

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ ସ୍ୱରାଜ ସଂଗଠନ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ । ଅଧିକ ପଢନ୍ତୁ

ସରକାରଙ୍କ ଉପରେ ଗର୍ଜିଲା ନବ ନିର୍ମାଣ ସ୍ୱରାଜ ସଂଗଠନ

ସୁବର୍ଣ୍ଣପୁର: ଆଜି ଜିଲ୍ଲା ନବ ନିର୍ମାଣ ସ୍ବରାଜ ସରକାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରାୟଶ୍ଚିତ ସତ୍ୟାଗ୍ରହ କରାଯାଇଛି । ସଂଘର ଯୁବନେତା ପ୍ରଦ୍ୟୁମ୍ନ କୁମାର ପାଢୀଙ୍କ ନେତୃତ୍ବରେ ସଂଘର ସମସ୍ତ ସଦସ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ 23 ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଭୋଟ ପାଇ ଶାସନ ଗଦିରେ ବସିଥିବା ବେଳେ ଚାଷୀମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛି ସଂଘ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅପାରଗ ସରକାର, ଏକଛତ୍ରବାଦୀ ସରକାର ବୋଲି ଅଭିଯୋଗ କରି ଚାଷୀଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେବାକୁ ଦାବି କରିଛି ସଂଘ । ଆଜିଠାରୁ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରିବବୋଲି ସଂଘର ବରିଷ୍ଠ ସଭ୍ୟମାନେ ନିଜ ମତାମତା ପ୍ରକାଶ କହିଛନ୍ତି । ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ଅଧିନରେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ଚାଷୀଙ୍କୁ ସମ୍ମାନ ଓ ଚାଷୀଙ୍କୁ ପେନସନ (ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌) ପାଇଁ ଆନ୍ଦୋଳନ କରାଯାଇଥିଲା । ତେବେ ରାଜ୍ୟ ସରକାର ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବାରୁ ଏହି ସତ୍ୟାଗ୍ରହକୁ ବ୍ୟାପକ କରିବେ ବୋଲି କହିଛନ୍ତି ସଂଘର ବରିଷ୍ଠ ନେତା ରାଜେନ୍ଦ୍ର ମିଶ୍ର ।

ଏହା ବି ପଢନ୍ତୁ: ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ପାଳୁଛି ନବ ନିର୍ମାଣ କୃଷକ ସଂଗଠନ

ନବ ନିର୍ମାଣ ସ୍ବରାଜ ସରକାର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ମିଶ୍ର କହିଛନ୍ତି, "ଆମେ ସରକାରଙ୍କ ଶାସନ ଗାଦିରେ ବସେଇଥିବା ନେଇ ପଶ୍ଚାତାପ କରୁଛୁ । ସରକାର ଚାଷୀଙ୍କ ଭୋଟ ପାଇ ଜୟଯୁକ୍ତ ହୋଇଥିବା ବେଳେ ଚାଷୀଙ୍କ ଅଣଦେଖା କରୁଛି । ଜିଲ୍ଲାରେ ଚାଷୀଙ୍କ ପାଇଁ କୌଣସି ସୁବିଧା କରିନାହିଁ ସରକାର । ଉଠା ଜଳସେଚନ ଓ ଗଭୀର ନଳକୂପ ପ୍ରକଳ୍ପଗୁଡିକର ବେଆଇନ ବିଦ୍ୟୁତ ବିଲ ଓ ପ୍ରକଳ୍ପରେ ଅନେକ ସମସ୍ୟା ଲାଗି ରହିଛି । ମାଗଣା ସାର୍ଟିଫାଏଡ ବିହନ, ଭେଜାଲ କୀଟନାଶକ ଔଷଧ ଉପରେ ଅଙ୍କୁଶ ଲଗାଉ ନାହାନ୍ତି ସରକାର । ଆବଶ୍ୟକ ସମୟରେ ରାସାୟନିକ ସାର ଯୋଗାଇ ଦେବା ତଥା ଜିଲ୍ଲାର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲ ସଂପ୍ରସାରଣ କରିବା ଏକନ୍ତ ଆବଶ୍ୟକ । ପ୍ରାଥମିକ କୃଷି ସେବା ସମବାସ ସମିତି ସମୂହ ଅଧିକାରୀ ଓ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମିଳିତ ଭାବେ ଚାଷୀଙ୍କୁ ଠକି ଚାଲିଛନ୍ତି । ଜିଲ୍ଲାର କୃଷି ସମସ୍ୟା ସମାଧାନ ନକଲେ ଆନ୍ଦୋଳନ ଓ ଏହି ସତ୍ୟାଗ୍ରହକୁ ଆହୁରୀ ତୀବ୍ରତର ହେବ ।’’

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.