ETV Bharat / state

ସୁବର୍ଣ୍ଣପୁର ବ୍ଲକ ଛକରେ ପୁଣି ପ୍ରତିଷ୍ଠା ହେବ ସନ୍ଥକବିଙ୍କ ପ୍ରତିମୂର୍ତ୍ତି - ପ୍ରତିଷ୍ଠା ହେବ ସନ୍ଥକବିଙ୍କ ପ୍ରତିମୂର୍ତ୍ତି

ସୁବର୍ଣ୍ଣପୁର ବ୍ଲକ ଛକରେ ପୁଣି ପ୍ରତିଷ୍ଠା ହେବ ସନ୍ଥକବିଙ୍କ ପ୍ରତିମୂର୍ତ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Santhkabi Bhimvo
ସୁବର୍ଣ୍ଣପୁର ବ୍ଲକ ଛକରେ ପୁଣି ପ୍ରତିଷ୍ଠା ହେବ ସନ୍ଥକବିଙ୍କ ପ୍ରତିମୂର୍ତ୍ତି
author img

By

Published : Jan 24, 2023, 1:19 PM IST

ସୁବର୍ଣ୍ଣପୁର ବ୍ଲକ ଛକରେ ପୁଣି ପ୍ରତିଷ୍ଠା ହେବ ସନ୍ଥକବିଙ୍କ ପ୍ରତିମୂର୍ତ୍ତି

ସୁବର୍ଣ୍ଣପୁର: ଜିଲ୍ଲା ସହରର ବ୍ଳକଛକରେ ପୁଣି ପ୍ରତିଷ୍ଠା ହେବ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି । ପ୍ରାୟ ତିନି ବର୍ଷତଳେ ସହରର ବ୍ଳକ ଛକର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ପ୍ରଶସ୍ତିକରଣ ପାଇଁ ସନ୍ଥକବିଙ୍କ ପ୍ରତିମୂର୍ତ୍ତିକୁ ହଟେଇ ଦିଆଯାଇଥିଲା । ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ସନ୍ଥ କବିଙ୍କ ପ୍ରତିମୂର୍ତ୍ତିକୁ ନେଇ ନିଜ କାର୍ଯ୍ୟାଳୟରେ ରଖିଥିଲା ।

ତେବେ ସେହି ଅନ୍ଧାର କୋଠରୀରୁ ସନ୍ଥକବିଙ୍କୁ ଆଲୋକକୁ ଆଣି ବ୍ଳକ ଛକରେ ପୁନଃ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମହିମାଧର୍ମୀ ସାଧୁ ସନ୍ୟାସୀ, ଭୀମଭୋଇ ପ୍ରେମୀ ଓ ଓଡ଼ିଆ ସାହିତ୍ୟିକମାନେ ଦୀର୍ଘ ଦିନରୁ ଦାବି ଆପତ୍ତି କରି ଆସୁଥିଲେ । ହେଲେ ପ୍ରଶାସନ ପ୍ରାୟ ତିନି ବର୍ଷ ଯାଏଁ ଏହି ପ୍ରତିମୂର୍ତ୍ତିକୁ ପୁନଃ ପ୍ରତିଷ୍ଠା କରିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ । ତେବେ ବ୍ଳକ ଛକରେ ଏହି ପ୍ରତିମୂର୍ତ୍ତିର ପୁନଃପ୍ରତିଷ୍ଠା ପାଇଁ ଛକରେ ଥିବା ପୌର ପରିଷଦର 6 ଗୋଟି ଷ୍ଟଲ୍‌କୁ ଆଜି ଭାଙ୍ଗି ଦିଆଯାଇଛି ।

ଏହି ଷ୍ଟଲ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗୃହ ଓ ପୂର୍ତ୍ତ ବିଭାଗ ବହୁ ପୂର୍ବରୁ ଘୋଷଣା କରିଥିଲେ । ହେଲେ ଷ୍ଟଲଗୁଡିକରେ କିଛି ଛୋଟ ବ୍ୟବସାୟୀ ଜବରଦଖଲ କରି ରଖି ବ୍ୟବହାର କରୁଥିଲେ । ଷ୍ଟଲ୍‌ଗୁଡିକର ଜବରଦଖଲକାରୀ ପୌର ପରିଷଦକୁ ମାସିକ ଭଡା ବି ଦେଉ ନଥିଲେ । ତେବେ ଆଜି ଷ୍ଟଲଗୁଡିକୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇ ଜବରଦଖଲ ଉଚ୍ଛେଦ କରାଯାଇଛି । ନିକଟରେ ବ୍ଳକ ଛକରେ ତିଆରି ହୋଇଥିବା ନୂତନ ଷ୍ଟଲଗୁଡିକରେ ଏହି ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ପାଇଁ ପୌର ପରିଷଦରୁ ସୂଚନା ମିଳିଛି । ତେବେ ବ୍ଳକ ଛକର ସୌନ୍ଦର୍ଯ୍ୟକରଣ ସହିତ ସନ୍ଥକବିଙ୍କ ପ୍ରତିମୂର୍ତ୍ତି ପୁନଃ ପ୍ରତିଷ୍ଠା ସନ୍ଥ ଭୀମଭୋଇ ପ୍ରେମୀ ଓ ମହିମାଧର୍ମୀ ସାଧୁ ସନ୍ୟାସୀଙ୍କ ଭିତରେ ବେଶ ଉତ୍ସାହ ସୃଷ୍ଟି କରିଛି ।

ସନ୍ଥକବି ଭୀମଭୋଇ ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ' କବିତା ଅନ୍ୟତମ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.