ETV Bharat / state

ଅସରାଏ ବର୍ଷାରେ ବେହାଲ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଷ୍ଟାଡିୟମ - rourkela news

ଅସରାଏ ବର୍ଷାରେ ଜଳମଗ୍ନ ହୋଇପଡିଛି ବିଶ୍ୱ ସ୍ତରୀୟ ଷ୍ଟାଡିୟମ । ରାଉରକେଲା ସ୍ଥିତ ବିର୍ଷା ମୁଣ୍ଡା ଷ୍ଟାଡିୟମର ଏଭଳି ଚିତ୍ର ବର୍ତ୍ତମାନ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ଜଳମୟ ବିର୍ଷା ମୁଣ୍ଡା ଷ୍ଟାଡିୟମ
ଜଳମୟ ବିର୍ଷା ମୁଣ୍ଡା ଷ୍ଟାଡିୟମ
author img

By

Published : Jun 25, 2023, 4:33 PM IST

ଜଳମୟ ବିର୍ଷା ମୁଣ୍ଡା ଷ୍ଟାଡିୟମ

ରାଉରକେଲା: ଅସରାଏ ବର୍ଷାରେ ବେହାଲ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ବିଶ୍ୱସ୍ତରୀୟ ଷ୍ଟାଡିୟମ ବର୍ତ୍ତମାନ ଜଳମଗ୍ନ ହୋଇପଡିଛି । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମର ଏଭଳି ଚିତ୍ର ବର୍ତ୍ତମାନ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଷ୍ଟାଡିୟମର ଛାତରୁ ଅନବରତ ଝରୁଛି ବର୍ଷା ଜଳ । ଉଦ୍‌ଘାଟନକୁ ୬ ମାସ ନପୁରୁଣୁ ଷ୍ଟାଡିୟମର ଏପରି ଅବସ୍ଥା ପରେ ଷ୍ଟାଡିୟମର ମାନ ନେଇ ପ୍ରଶ୍ବବାଚୀ ସୃଷ୍ଟି ହେଲାଣି ।

ପ୍ରାୟ ୨୬୧ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ୧୫ ମାସ ମଧ୍ୟରେ ନିର୍ମିତ ହୋଇଥିଲା ଏହି ବିଶାଳ ଷ୍ଟାଡିୟମ । ବିଶ୍ବସ୍ତରୀୟ ଷ୍ଟାଡିୟମରେ ଉପଲବ୍ଧ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ବିଶ୍ବବ୍ୟାପୀ ପ୍ରଶଂସିତ ମଧ୍ୟ ହୋଇଥିଲା । ଏପରିକି ଏହି ବିଶାଳ ହକି ଷ୍ଟାଡିୟମ ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍‌ସରେ ମଧ୍ୟ ସ୍ଥାନ ପାଇଛି । ହେଲେ କୋଟି କୋଟି ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ ମାତ୍ର ଦୁଇ ଦିନର ବର୍ଷରେ ବେହାଲ ହୋଇ ଛାତରୁ ପାଣି ଝରୁଛି ।

ଜାତୀୟ କନିଷ୍ଠ ହକି ପ୍ରତିଯୋଗିତା ଚାଲିଥିବାବେଳେ ଠିକ ମ୍ୟାଚ ଶେଷ ହେବା ପରେ ଗତ ଦୁଇ ତିନି ଦିନର ଲଗାଣ ବର୍ଷାରେ ଷ୍ଟାଡିୟମଟି ଉବୁଟୁବୁ ହୋଇଛି । ଏହି ବର୍ଷା ଷ୍ଟାଡିୟମର ମାନକୁ ପଦାରେ ପକାଇ ଦେଇଛି । ଭିଭିଆଇପିମାନଙ୍କ ପାଇଁ ଷ୍ଟାଡିୟମକୁ ଯିବାକୁ ଏକ ସ୍ବତନ୍ତ୍ର ଗେଟ୍‌ ରହିଛି । ଏହି ଗେଟ୍‌ ପାଖରେ ହିଁ ସାମାନ୍ୟ ବର୍ଷାରେ ଅହରହ ପାଣି ଝରୁଥିବାର ଦେଖିବାକୁ ମିଳିଛି । ସେହି ଗେଟ୍‌ ଦେଇ ପଡ଼ିଆ ଭିତରକୁ ଯିବା ରାସ୍ତା‌ର ଗୋଟିଏ ସ୍ଥାନରେ ପାଣି ଗଳୁଛି । ପଶ୍ଚିମ ଷ୍ଟାଣ୍ଡ୍‌ର ଗ୍ୟାଲେରିରେ ସର୍ବଦା ପାଣି ଜମି ରହୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ବିଶେଷକରି ମିଡିଆ ଗ୍ୟାଲେରି ସମ୍ମୁଖରେ ଥିବା ଷ୍ଟାଣ୍ଡ୍‌ ଓ ତା ତଳକୁ ଥିବା ଷ୍ଟାଣ୍ଡ୍‌ ଆଦିରେ ପାଣି ଜମି ରହୁଛି । ପ୍ରଥମ ମହଲାରୁ ବର୍ଷା ପାଣି ପଡି ଅପର୍‌ ଗ୍ରାଉଣ୍ଡ ଚଟାଣରେ ପ୍ରବାହିତ ହେଉଛି । ଅପର୍‌ ଗ୍ରାଉଣ୍ଡରେ ଜମି ରହୁଥିବା ପାଣି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଟର୍ଫ‌ରେ ମଧ୍ୟ ବହୁମାତ୍ରାରେ ପାଣି ଜମି ରହୁଥିବା ପରିଲକ୍ଷିତ ହେଉଛି । ପୂର୍ବରୁ ଷ୍ଟାଡିୟମ ବାହାରେ ନିର୍ମିତ ୪୦ ଫୁଟ ଉଚ୍ଚର ବହୁ ଚର୍ଚ୍ଚିତ ହକି ଷ୍ଟାଚ୍ୟୁ କିଛିଦିନ ତଳେ ଖସି ପଡ଼ି ଭୂଲୁଣ୍ଠିତ ହୋଇଥିବା ଖବରକୁ ସାମନାକୁ ଆସିଥିଲା । ଶନିବାର ହୋଇଥିବା ବର୍ଷାରେ ଏକାଧିକ ସ୍ଥାନରେ ପାଣି ଗଳିବା ଓ ପାଣି ଜମି ରହିବା ପରେ ଷ୍ଟାଡିୟମର ମାନ ନେଇ ପ୍ରଶ୍ବବାଚୀ ସୃଷ୍ଟି ହୋଇଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.