ETV Bharat / state

ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ - ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅମାତପାଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣକର ମୃତ୍ୟୁୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

author img

By

Published : Jun 25, 2022, 7:09 AM IST

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଅମାତପାଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସ୍ଥାନୀୟ କୁଂଜାପାଲି ଗାଁର ରାହୁଲ ଧରୁଆ । ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ତିନିଜଣ ଯୁବକ ଏକ ବାଇକ ଯୋଗେ ଯାଉଥିଲେ । ତେବେ ଅମାତପାଲି ଗାଁ ପାଖରେ ବାଇକ ଏକ ଖାଲରେ ପଡିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ରାସ୍ତାକଡକୁ ପଡିଯାଇଥିଲେ ୩ ଯୁବକ ।

ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ କୁଂଜାପାଲି ଗାଁର ରାହୁଲ ଧରୁଆ ବୋଲି ଜଣା ପଡିଥିବାବେଳେ, ଗୁରୁତର ଯୁବକ ଦୁଇଜଣ କେଶଲଗା ଗାଁର ଶ୍ରୀନିବାସ ବାରିକ ଓ କେଂଜିରିଆ ପାଲି ଗାଁର ସଲଖନ ଧରୁଆ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଦୁଇ ଗୁରୁତର ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଜଣକର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ନେଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.