ETV Bharat / state

‘ଉଦ୍ଧାର ଗୋରୁଙ୍କୁ ଗୋ-ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯାଉ’

author img

By

Published : Apr 25, 2021, 11:35 AM IST

ସୁବର୍ଣ୍ଣପୁର ମହାନଦୀରେ ଗୋଚାଲାଣ ବେଳେ ଜବତ ହୋଇଥିବା ଗୋରୁକୁ ବେପାରୀଙ୍କ ଦେଲା ପୋଲିସ । ବେଆଇନ ଗୋଚାଲାଣର ପ୍ରତିବାଦ କରିବା ସହିତ ଏତଲା ଦିଆଯିବା ପରେ ପୋଲିସ ଜିଲ୍ଲା ଗୋ ସୁରକ୍ଷା କମିଟିକୁ ଗୋରୁ ମାନଙ୍କୁ ହସ୍ତାନ୍ତର କରିବାର ନିୟମ ରହିଛି କିନ୍ତୁ ପୋଲିସ ଏଠାରେ ଅବହେଳା କରିଥିବା ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

resentment against  cow traders in subarnapur
ସୁବର୍ଣ୍ଣପୁର ଗୋଚାଲାଣ ପ୍ରସଙ୍ଗ: ଜିଲ୍ଲା ଗୋସୁରକ୍ଷା କମିଟିକୁ ଦେବାକୁ ଦାବି କଲା ବଜରଙ୍ଗ ଦଳ

ସୁବର୍ଣ୍ଣପୁର: ଜିଲ୍ଲା ବୀରମହରାଜପୁର ଥାନା ଅନ୍ତର୍ଗତ ଟିଠପାଲିରେ ଜବତ ଗୋରୁଙ୍କୁ ପୁଣି ବେପାରୀମାନଙ୍କୁ ଜିମା ଦେଇଛି ପୋଲିସ। ବଜରଙ୍ଗ ଦଳ ପକ୍ଷରୁ ବେଆଇନ ଗୋଚାଲାଣର ପ୍ରତିବାଦ କରିବା ସହିତ ଏତଲା ଦିଆଯିବା ପରେ ପୋଲିସ ଜିଲ୍ଲା ଗୋ ସୁରକ୍ଷା କମିଟିକୁ ଗୋରୁ ମାନଙ୍କୁ ହସ୍ତାନ୍ତର କରିବାର ନିୟମ ରହିଛି କିନ୍ତୁ ପୋଲିସ ଏଠାରେ ଅବହେଳା କରିଥିବା ଆଇନଜୀବୀ ପ୍ରକାଶ କରିଛନ୍ତି ।

ବୀରମହରାଜପୁର ଥାନାରେ ବଜରଙ୍ଗ ଦଳ ପକ୍ଷରୁ ଏକ ଲିଖିତ ମାମଲା ରୁଜୁ ହେବା ପରେ ପୋଲିସ ତିନି ଜଣ ଗୋରୁ ବେପାରୀ ଗୋପବନ୍ଧୁ ମହାନନ୍ଦ , ଘାସିରାମ ଭୋଇ ଓ ଧବଳେଶ୍ବର ଜଗଦଲାଙ୍କ ନାଁରେ ଆଇପିସି 11-1ଡି ଅନୁଯାୟୀ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।ବେପାରୀ ମାନେ ଗୋରୁଙ୍କ ଉପରେ ନିଷ୍ଠୁର ବ୍ୟବହାର କରିବା ଓ ଖାଦ୍ୟ ପେୟ ନ ଦେଇ ଅମାନବୀୟ ବ୍ୟବହାର କରୁଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି ।ତେବେ ଗୋ ଚାଲାଣ ଧାରା ଯୋଡି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ପୁଣି ଗୋରୁ ବେପାରୀ ଓ ତାଙ୍କ ସମର୍ଥକ ମାନେ ସର୍ବସାଧାରଣରେ ଯେଉଁ ଅସମ୍ବିଧାନିକ ଭାଷା ବ୍ୟବହାର କରିଛନ୍ତି ତାହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବରିଷ୍ଠ ଓକିଲ ବଳଦେବ ବେଦବାଗ କହିଛନ୍ତି।

ସୂଚନା ଅନୁଯାୟୀ ଟିଠିପାଲି ଗ୍ରାମ ଦେଇ ଗୋରୁ ମାନଙ୍କୁ ମହାନଦୀ ପାର କରୁଥିବା ସମୟରେ କିଛି ଲୋକ ଦେଖିଥିଲେ । ଏନେଇ ବୀରମହାରାଜପୁର ବଜରଙ୍ଗ ଦଳର କର୍ମକର୍ତାମାନଙ୍କୁ ସୂଚନା ଦେଇ ଥିଲେ । ବଜରଙ୍ଗ ଦଳର କର୍ମିମାନେ ଘଟଣାସ୍ଥଳରେ ପହଂଚି ଗାଇମାନଙ୍କୁ ଉଦ୍ଧାର କରିବା ସହ ବେଆଇନ ଭାବେ ଗାଇ ନେଉଥିବା ଦଲାଲମାନଙ୍କୁ ଅଟକ ରଖିଥିଲେ । ଘଟଣା ସ୍ଥଳରେ ଉଭୟ ବଜରଙ୍ଗ ଦଳ ଓ ଗାଇ ବେପାରୀଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ବେପାରୀ ମାନେ ନିଜକୁ ଭିନ୍ନ ଧର୍ମୀୟ ବ୍ୟକ୍ତି ଓ ତାଙ୍କ ଧର୍ମରେ ଗୋରୁ ହତ୍ୟା ଓ ଗୋମାଂସ ଭକ୍ଷଣ ଧର୍ମକୁ ଆଘାତ ଦେଉ ନାହିଁ ବୋଲି ବଜରଙ୍ଗ ଦଳ କାର୍ଯ୍ୟକର୍ତାଙ୍କ ସହିତ ପାଟି ତୁଣ୍ଡ କରିଥିଲେ ।

ସେପଟେ ପାଟିତୁଣ୍ଡର ଭିଡ଼ିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ପୋଲିସ ଭିଡ଼ିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ତେବେ ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ଜବତ ଗୋରୁଙ୍କୁ ଜିଲ୍ଲା ଗୋ ସୁରକ୍ଷା କମିଟିକୁ ହସ୍ତାନ୍ତର କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.