ETV Bharat / state

ପର୍ଯ୍ୟଟନ କ୍ଷତ୍ରର ବିକାଶ ହେଲେ ଅର୍ଥନୈତିକ ବିକାଶ ସମ୍ଭବ: ଗବେଷକ - ସୁବର୍ଣ୍ଣପୁର ଖବର

ସହରରେ ପର୍ଯ୍ୟଟନର ବିକାଶ ପାଇଁ ରାମେଶ୍ବର ପାର୍କ ନିର୍ମାଣ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ହୋଇଛି । ହେଲେ ଏହି ପ୍ରାଚୀନ ଐତିହାସିକ ପୀଠ ରାମେଶ୍ବର ପୀଠର ବିକାଶ ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନାହିଁ । ଅଧିକ ପଢନ୍ତୁ

ପର୍ଯ୍ୟଟନ ବିକାଶରେ ଅର୍ଥନୈତିକ ବିକାଶ ସମ୍ଭବ: ଗବେଷକ

author img

By

Published : Aug 1, 2022, 6:26 PM IST

ସୁବର୍ଣ୍ଣପୁର : ମନ୍ଦିର ମାଳିନୀ ଏହି ସହରରେ ରହିଛି ଅଷ୍ଟ ବିଷ୍ଣୁ ,ଅଷ୍ଟ ଶମ୍ଭୁ ଓ ଅଷ୍ଟ ଚଣ୍ଡୀଙ୍କ ସମେତ ଅଷ୍ଟୋତ୍ତର 108 ମନ୍ଦିର । ଏହି ସହରର ପର୍ଯ୍ୟଟନର ବିକାଶ ନିମନ୍ତେ ରାମେଶ୍ବର ପାର୍କ ନିର୍ମାଣ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ହୋଇଛି । ହେଲେ ଏହି ପ୍ରାଚୀନ ଐତିହାସିକ ରାମେଶ୍ବର ପୀଠର ବିକାଶ ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନାହିଁ । ଏଥିଯୋଗୁଁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

ପର୍ଯ୍ୟଟନ ବିକାଶରେ ଅର୍ଥନୈତିକ ବିକାଶ ସମ୍ଭବ: ଗବେଷକ

ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ମନ୍ଦିର ପରିଦର୍ଶନ କରି ବିଭୂକୃପା ଲାଭ କରୁଛନ୍ତି । ମହାନଦୀ, ତେଲ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ବେଳାକୁ ଉପଭୋଗ କରିବା ପାଇଁ ଏଠାକୁ ଆସନ୍ତି ହଜାର ହଜାର ପର୍ଯ୍ୟଟକ । ଐତିହାସୀକ ବଳୀ ଯାତ୍ରା ହେଉ ଅବା ଶୀତଳ ଷଷ୍ଠୀ ଯାତ୍ରା, ପର୍ବ ପର୍ବାଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ପର୍ଯ୍ୟଟନ ପୀଠ ଗୁଡିକର ବିକାଶ ହେଲେ ଐତିହାସିକ ସହରର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ବୁଦ୍ଧିଜିବୀ ମତ ରଖିଛନ୍ତି ।

‘କୃଷି ଓ ହସ୍ତତନ୍ତକୁ ବାଦ ଦେଲେ ପର୍ଯ୍ୟଟନ ହିଁ ଏହି ସହରର ଅର୍ଥନୈତିକ ବିକାଶର ଆଧାର’ । ‘ତେବେ ରାମେଶ୍ବର ପାର୍କ ନିର୍ମାଣ ସହିତ ଐତିହାସିକ ପ୍ରାଚୀନ ମନ୍ଦିର ଗୁଡିକର ଶ୍ରୀବୃଦ୍ଧି ପାଇଁ କାର୍ଯ୍ୟ କଲେ’। ‘ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ସହିତ ଅର୍ଥନୈତିକ ବିକାଶ ହୋଇ ପାରିବ’ ବୋଲି ଗବେଷକ ମାନେ କହିଛନ୍ତି । ତେବେ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.