ETV Bharat / state

ବେଘର ହେଲେ 15 ପରିବାର, ଜିଲ୍ଲା ପ୍ରଶାସନ ନିକଟରେ ଥଇଥାନ ଦାବି - ଜାଗା ମିଶନ ଯୋଜନା

ମହାନଦୀରୁ ତେଲନଦୀ ଯାଏଁ ଫୋର ଲେନ ରାସ୍ତା ପାଇଁ ମହାନଦୀ ପୋଲ ନିକଟ ପୁରୁଣା ରାଜ ଉଆସରେ ରହୁଥିବା 15ଟି ପରିବାରକୁ ଉଚ୍ଛେଦ କରିବାକୁ ପ୍ରଶାସନ ତତ୍ପର ହୋଇଛି । ସମ୍ପୂର୍ଣ୍ଣ ପଢନ୍ତୁ....

aa
ବେଘର ହେଲେ 15 ପରିବାର, ଜିଲ୍ଲା ପ୍ରଶାସନ ପାଖରେ ଥଇଥାନ ଦାବି
author img

By

Published : Feb 17, 2020, 2:46 PM IST

ସୁବର୍ଣ୍ଣପୁର: ଜିଲ୍ଲାର ମହାନଦୀ ପୋଲ ନିକଟ ପୁରୁଣା ରାଜ ଉଆସରେ ରହୁଥିବା 15ଟି ପରିବାର ହେଲେ ବେଘର । ମହାନଦୀରୁ ତେଲନଦୀ ଯାଏଁ ଫୋର ଲେନ ରାସ୍ତା ପାଇଁ ଏମାନଙ୍କୁ ଉଚ୍ଛେଦ କରାଯିବାକୁ ପ୍ରଶାସନ ତତ୍ପର ହୋଇଛି । ଫଳରେ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଏହି ପରିବାର ଦାବି କରିଛନ୍ତି ।

ବେଘର ହେଲେ 15 ପରିବାର, ଜିଲ୍ଲା ପ୍ରଶାସନ ପାଖରେ ଥଇଥାନ ଦାବି

ସୂଚନାନୁଯାୟୀ ଏହି ପରିବାର ଦୀର୍ଘ ଦିନରୁ ବେଆଇନ ଭାବେ ପୁରୁଣା ରାଜ ଉଆସରେ ରହି ଆସୁଛନ୍ତି । ଏହା ଜଙ୍ଗଲ କିସମ ଜମି ହୋଇଥିବାରୁ ଏହି ପରିବାର ଗୁଡିକୁ ସେମାନେ ରହୁଥିବା ଜାଗାରେ ଜାଗା ମିଶନ ଯୋଜନାରେ ଘର ଡିହ ଜାଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇ ପାରୁନାହିଁ । ଏହି ପରିବାରମାନେ ଅନେକବାର ପୌର ପରିଷଦ ପାଖରେ ଆପତ୍ତି କରି ଆସୁଛନ୍ତି । ସେପଟେ ଏବେ ଥଇଥାନ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି । ହେଲେ ଦୀର୍ଘଦିନ ଧରି ରହିଆସୁଥିବା ଏହି ପରିବାର ସେଠାରେ ରହିଆସୁଥିବା ବେଳେ ଥଇଥାନ ନକରି ଜିଲ୍ଲାପ୍ରଶାସନର ଏପରି ପଦକ୍ଷେପକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.