ETV Bharat / state

Ratha Yatra 2023: ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା, 200 ଫୁଟ ପାହାଡ ଉପରୁ ତଳକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୂର୍ତ୍ତି

ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭକ୍ତଙ୍କ ପାଇଁ 200 ଫୁଟ୍ ପାହାଡ ଉପରୁ ତଳକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢନ୍ତୁ

Ratha Yatra celebration in Subarnapur
Ratha Yatra celebration in Subarnapur
author img

By

Published : Jun 20, 2023, 10:10 PM IST

ସୁବର୍ଣ୍ଣପୁର: ବେଶ ଉତ୍ସାହ ଉଦ୍ଦୀପନାର ସହିତ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଛି । ବିଗତ ବର୍ଷ ପରି ଏଥର ମଧ୍ୟ ପାତାଳୀ ଶ୍ରୀକ୍ଷେତ୍ରଠାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଓ ପରମ୍ପରାକୁ ନେଇ ତିନିଠାକୁରଙ୍କ ଦ୍ବାରଫିଟା, ମଙ୍ଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆ ଲାଗିପରେ ପହଣ୍ଡି ଆରମ୍ଭ ହୋଇଥିଲା । ଛଳିଆ ଶିଖରରୁ ଛଳ ଠାକୁର ବନର ଦେବତା ବନଫୁଲର ବାସରେ ଘୋଷଯାତ୍ରାକୁ ବାହାରିଥିଲେ । 100ରୁ ଅଧିକ ସେବାୟତ ତିନି ଠାକୁର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ୧୦୮ ପାହାଚ ଅତିକ୍ରମି କରି ବଡ଼ଦାଣ୍ଡକୁ ଆଣିଥିଲେ । ପହଣ୍ଡି ସମୟରେ ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ସହିତ ଘଣ୍ଟ ବାଦ୍ୟ ଓ ଅନେକ କୀର୍ତ୍ତନ୍ୟ ମଣ୍ଡଳୀର ଭଜନ ଜଣାଣରେ ମୁଖରିତ ହୋଇଥିଲା ପାତାଳୀ ଶ୍ରୀକ୍ଷେତ୍ର ।

ଏହା ବି ପଢନ୍ତୁ- ଆଜି ପାଇଁ ରଥଟଣା ଶେଷ, ଅଧା ବାଟରେ ଅଟକିଲା ଦର୍ପଦଳନ ଓ ନନ୍ଦିଘୋଷ

ଛଳିଆ ପାହାଡର ଶ୍ରୀମନ୍ଦିରରୁ ପାହାଡର ପାଦ ଦେଶ ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଛଳିଆ ଠାକୁରଙ୍କୁ ଦର୍ଶନ କରିବା ପାଇଁ ସମବେତ ହୋଇଥିଲେ । ହରିବୋଲ ହୁଳହୁଳି ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ଜୟ ଜୟକାରରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ଛଳିଆ ପାହାଡ ପାଦଦେଶର ବଡଦାଣ୍ଡରେ ପୂର୍ବ ପ୍ରସ୍ତୁତ ତିନି ରଥରେ ଠାକୁରମାନଙ୍କୁ ରଥାରୁଢ଼ କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଗତ ବର୍ଷ ପରି ଏଥର ମଧ୍ୟ ପାତାଳୀ ଶ୍ରୀକ୍ଷେତ୍ରଠାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ନବଦିନ ବ୍ୟାପି ଘୋଷଯାତ୍ରା ପାରମ୍ପରିକ ନୀତି କାନ୍ତିରେ ଅନୁଷ୍ଠିତ ହୋଇଛି ।

ପ୍ରତିବର୍ଷ ପରି ଏଥର ବି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଚଣ୍ଡ ରୌଦ୍ର ତାପକୁ ଆଖି ଆଗରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା । ଶହ ଶହ ସ୍ବେଚ୍ଛାସେବୀ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ । ଗାଁ ମୁଣ୍ଡର ଅନତି ଦୂରରେ ସାଇକେଲ, ମୋଟର ସାଇକେଲ ଓ ଗାଡି ମୋଟର ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା । ବୀରମହାରାଜପୁର ଉପଖଣ୍ଡର ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏଥର ବି ସୁରୁଖୁରୁରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି ।

ଆସନ୍ତାକାଲିଠାରୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଦୁଇ ଭାଇ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ପ୍ରବଚନ ତଥା ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଇଛି । ବାହୁଡ଼ା ପର୍ଯ୍ୟନ୍ତ ବିଗ୍ରହମାନେ ମାଉସୀ ମନ୍ଦିରରେ ଅବସ୍ଥାନ କଲାପରେ ପୁଣି ଛଳିଆ ପାହାଡର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏଥିପାଇଁ ପ୍ରସ୍ତୁତି ବୈଠକରେ ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା କମିଟି, ଉପଖଣ୍ଡ ପ୍ରଶାସନ ଓ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.