ସୁବର୍ଣ୍ଣପୁର: ତରଭା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ପୁଆ ଗାଁଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁରେ ଲୋକେ ବେଆଇନ ଭାବେ ସରକାରୀ ଗୋଚର ଜମି ଜବରଦଖଲ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ତେବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ମାର୍ଚ୍ଚ ମାସରେ ଗାଁଲୋକେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଗତ ସେପ୍ଟେମ୍ବର 22 ତାରିଖରେ ବି ତହସିଲଦାରଙ୍କୁ ଅବଗତ କରାଯାଇଥିଲା ।
ହେଲେ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ପୁଣି ଗ୍ରାମବାସୀ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗାଁର ଗୋଚର ଜମିରେ ପଡ଼ୋଶୀ ଗାଁର ଅନେକ ସରକାରୀ କୋଠା ତିଆରି କରାଯାଇଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରୁ ଲୋକେ ଆସି ଗୋଚର ଯାଗା ମାଡି ବସିଛନ୍ତି । ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ତୃତୀୟ ଥର ପାଇଁ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯଦି ଜବରଦଖଲ ଉଚ୍ଛେଦ ନହୁଏ ଆଗକୁ ପରିସ୍ଥିତି ଭୟବହ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।