ETV Bharat / state

ସରକାରୀ ଯୋଜନା ବାଟବଣା ଅଭିଯୋଗରେ ଆନ୍ଦୋଳନ

author img

By

Published : Sep 2, 2021, 2:59 PM IST

ସୁବର୍ଣ୍ଣପୁର ବିନିକା ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତାଙ୍କ ନେତୃତ୍ବରେ ଶତାଧିକ ହିତାଧିକାରୀ ଓ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ...

ସରକାରୀ ଯୋଜନା ବାଟବଣା ଅଭିଯୋଗରେ ଆନ୍ଦୋଳନ
ସରକାରୀ ଯୋଜନା ବାଟବଣା ଅଭିଯୋଗରେ ଆନ୍ଦୋଳନ

ସୁବର୍ଣ୍ଣପୁର: ଜିଲ୍ଲା ସ୍ଥିତ ବିନିକା ବ୍ଳକ ଭଣ୍ଡାର ପଞ୍ଚାୟତରେ ବ୍ଳକ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ବ୍ଳକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତାଙ୍କ ନେତୃତ୍ବରେ ଶତାଧିକ ହିତାଧିକାରୀ ଓ କଂଗ୍ରେସ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହିତାଧିକାରୀମାନେ ତୃଣମୂଳସ୍ତରରେ ସରକାର କରିଥିବା ଯୋଜନାଗୁଡିକର ସୁଫଳ ପାଇ ପାରୁନଥିବା ଅଭିଯୋଗ କରି ଆନ୍ଦୋଳନ କରାଯାଇଥିବା ସୂଚନା ମିଳିଛି ।

ସରକାରୀ ଯୋଜନା ବାଟବଣା ଅଭିଯୋଗରେ ଆନ୍ଦୋଳନ

ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବାବେଳେ ଧନିକ ଶ୍ରେଣୀର ଲୋକେ ଏହି ଯୋଜନା ବାଟମାରଣାା କରି ନେଉଥିବା ଅଭିଯୋଗ ହୋଇଛି । ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା, ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଓ ବାଟମାରଣା କରାଯାଉଛି । ସେହିପରି ଚାଷୀ ଉତ୍ପାଦନ କରୁଥିବା ଧାନ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସଂଗ୍ରହ କରିବାରେ ଅବ୍ୟବସ୍ଥା ହେଉଥିବାରୁ ଚାଷୀ ଧାନର ପ୍ରକୃତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଶହ ଶହ ଚାଷୀ ଅତି କମ ମୂଲ୍ୟରେ ନିଜ ଉତ୍ପାଦିତ ଦ୍ରବ୍ୟ ଟେକି ଦେଉଉଛନ୍ତି । ତେବେ ଏହି ଯୋଜନାଗୁଡିକର ସଫଳ ରୂପାୟନ ପାଇଁ ଦାବି କରାଯାଇ ଥିବାବେଳେ ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.