ETV Bharat / state

ଆସୁନି ଆବାସ ଯୋଜନା ସହାୟତା ରାଶି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ - Beneficiary not get money in PM awas yojana

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସହାୟତା ରାଶି ଯୋଗାଇ ଦବା ପାଇଁ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଆଗରେ ବିକ୍ଷୋଭ । ପ୍ରଶାସନର ଅସହଯୋଗ ଯୋଗୁଁ ଆବାସ ନିର୍ମାଣରେ ବିଳମ୍ବ ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ

ପ୍ରଶାସନିକ ଅବହେଳା ଯୋଗୁଁ ସମ୍ପୁୁର୍ଣ୍ଣ ହୋଇପାରୁ ନାହିଁ ଆବାସ ଯୋଜନା, ହିତାଧିକାରୀଙ୍କ ବିକ୍ଷୋଭ

author img

By ETV Bharat Odisha Team

Published : Oct 5, 2023, 4:46 PM IST

ପ୍ରଶାସନିକ ଅବହେଳା ଯୋଗୁଁ ସମ୍ପୁୁର୍ଣ୍ଣ ହୋଇପାରୁ ନାହିଁ ଆବାସ ଯୋଜନା, ହିତାଧିକାରୀଙ୍କ ବିକ୍ଷୋଭ

ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସହାୟତା ରାଶି ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ବିଶିମୁଣ୍ଡା ପଞ୍ଚାୟତ ଖମ୍ବେଶ୍ବରୀପାଲିର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ଆବାସ ଯୋଜନାର 2ୟ ଓ ତ 3ୟ କିସ୍ତି ପ୍ରଦାନ କରିବା ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି । ଗତ ଆର୍ଥିକ ବର୍ଷ 2022-23ରେ ପଞ୍ଚାୟତର ହିତାଧିକାରୀମାନଙ୍କୁ ପ୍ରଶାସନ ଆବାସ ଯୋଜନାର କାର୍ଯ୍ୟାଦେଶ ଦେଇଥିଲେ । ଏହା ସହ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଥମ କିସ୍ତିର 40 ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରିଥିଲେ । କିନ୍ତୁ ଘର କାମ ଅଧା ସରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ 2ୟ ଓ 3ୟ କିସ୍ତି ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ସଦର ସୋନପୁର ପଞ୍ଚାୟତ ସମିତି କର୍ତ୍ତୃପକ୍ଷ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତିର 40 ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରିଥିଲେ । ତେବେ ଅଧିକାଂଶ ହିତାଧିକାରୀ ପ୍ରାୟ ୭ଫୁଟ ପର୍ଯ୍ୟନ୍ତ ଘର ତିଆରି କରି ସାରିଥିଲେ ହେଁ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ନାହିଁ । ହିତାଧିକାରୀମାନେ ବାରମ୍ବାର ବ୍ଳକ ପ୍ରଶାସନ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ ବ୍ଳକ ପ୍ରଶାସନ ହିତାଧିକାରୀଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଦୁନିଆ ଦେଖି ନାହାନ୍ତି ପରିବାରର ୩ ପିଲା, ସହାୟତା ଲୋଡୁଛନ୍ତି ମାଆ

ତେବେ ହିତାଧିକାରୀମାନେ ଏବେ ଆଉ ନିର୍ଦ୍ଧାରିତ ସମୟ ସୀମା ଭିତରେ ନିର୍ମାଣ କରୁଥିବା ପକ୍କାଘର ସଂପୂର୍ଣ୍ଣ କରି ପାରିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସମୟ ସୀମା ଭିତରେ ସଂପୂର୍ଣ୍ଣ କଲେ ହିତାଧିକାରୀଙ୍କୁ ପୁଣି ଅଧିକ 20 ହଜାର ଟଙ୍କା ଦେବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ତେବେ ବ୍ଳକ ପ୍ରଶାସନର ଅସହଯୋଗ ଯୋଗୁଁ ହିତାଧିକାରୀମାନେ ଘର ନିର୍ମାଣ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ।

ହିତାଧିକାରୀଙ୍କୁ 2ୟ ଓ 3ୟ ପର୍ଯ୍ୟାୟ ନିର୍ମାଣ ସହାୟତା ଯୋଗାଇ ନ ଦେବା ପଛରେ ହିତାଧିକାରୀଙ୍କ ଘରବାରି ଜମିର ରାଜସ୍ବ ସମସ୍ୟା ରହିଥିବା ଜଣାପଡିଛି । ବ୍ଳକ ପ୍ରଶାସନ ଖୋଲାଖୋଲି ସୂଚନା ନ ଦେଲେ ହେଁ ହିତାଧିକାରୀମାନେ ସରକାରୀ ଜମି କିମ୍ବା ଜମିଦାରଙ୍କ ଜମିରେ ଘର ନିର୍ମାଣ କରୁଥିବା ଜଣାପଡିଛି । ସଦର ବ୍ଳକ ପ୍ରଶାସନ ହିତାଧିକାରୀ ଚୟନ ସମୟରେ ସାମାଜିକ ଓ ଆର୍ଥିକ ସର୍ଭେ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିଲେ ।ହେଲେ କାର୍ଯ୍ୟାଦେଶ ଦେବା ପୂର୍ବରୁ ହିତାଧିକାରୀଙ୍କ ରାଜସ୍ବ ପ୍ରମାଣ ପତ୍ର ଆଦି ଯାଞ୍ଚ କରାଯାଇ ନଥିଲା । ଫଳରେ ଏବେ ହିତାଧିକାରୀଙ୍କୁ ନିର୍ମାଣ ସହାୟତା ରାଶି ପ୍ରଦାନ କରାଯାଉନାହିଁ ।

ହିତାଧିକାରୀମାନ ସହାୟତା ରାଶି ନ ପାଇ ନିଜ ନିଜ ନିର୍ମାଣ ଅସଂପୂର୍ଣ୍ଣ ରଖି ଅନ୍ୟର ଆଶ୍ରିତ ହୋଇ ଜୀବନ ବିତାଉଛନ୍ତି । ପ୍ରଶାସନର ଅସହଯୋଗ ଯୋଗୁଁ ଆବାସ ନିର୍ମାଣରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାରଲ ପ୍ରଶାସନ ଖୁବ୍ ଶୀଘ୍ର ସମାଧାନ କରାଯାଉ ବୋଲି ହିତାଧିକାରୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.