ETV Bharat / state

କୃଷି ବିଭାଗରେ କର୍ମଚାରୀ ମରୁଡି, ଶୁଣୁ ନାହାନ୍ତି ଅଧିକାରୀ - ସୁବର୍ଣ୍ଣପୁର କୃଷି ବିଭାଗ ପଦ ଖାଲି

ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗରେ 57 ପ୍ରତିଶତ ପଦବୀ ଖାଲି ପଡିଛି । 184 ଜଣ କୃଷି କର୍ମଚାରୀଙ୍କ ଜାଗାରେ ଅଛନ୍ତି ମାତ୍ର 80 ଜଣ କର୍ମଚାରୀ । ଏ ସମସ୍ୟ ନେଇ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଅଧିକ ପଢନ୍ତୁ

କୃଷି ବିଭାଗରେ କର୍ମଚାରୀ ମରୁଡି
କୃଷି ବିଭାଗରେ କର୍ମଚାରୀ ମରୁଡି
author img

By

Published : Jul 29, 2022, 12:13 PM IST

ସୁବର୍ଣ୍ଣପୁର: ଜିଲ୍ଲା କୃଷି ବିଭାଗରେ 57 ପ୍ରତିଶତ ପଦବୀ ଖାଲି ପଡିଛି । 184 ଜଣ କୃଷି କର୍ମଚାରୀଙ୍କ ଜାଗାରେ ଅଛନ୍ତି ମାତ୍ର 80 ଜଣ କର୍ମଚାରୀ । ତେବେ ଜିଲ୍ଲାର ଚାଷୀ କୃଷି ବିଭାଗ ପକ୍ଷରୁ ଆବଶ୍ୟକ କୃଷି ସହାୟତା ଓ କୃଷି ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି । କୃଷି କର୍ମଚାରୀମାନେ ମଧ୍ୟ ଆବଶ୍ୟକ କ୍ଷେତ୍ର ପରିଦର୍ଶନ କରି ପାରୁ ନାହାନ୍ତି । ଫଳରେ ଚାଷୀ ପରାମର୍ଶ ଓ ସହାୟତା ପାଇବାରୁ ବଞ୍ଚିତ ହୋଇ କ୍ଷତି ସହୁଛନ୍ତି ଚାଷୀ ।

କୃଷି ବିଭାଗରେ କର୍ମଚାରୀ ମରୁଡି

ଜିଲ୍ଲାରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଅନେକ ରାଜନୈତିକ ବ୍ୟକ୍ତି ବିଶେଷ ବିଭିନ୍ନ ସମୟରେ ଭାଷଣ ଦେଉଛନ୍ତି । ହେଲେ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ତ ଦୂର କଥା କୃଷି ବିଭାଗରେ ଖାଲି ପଡିଥିବା ପଦ ପଦବୀ ମଧ୍ୟ ପୂରଣ କରାଯାଇ ପାରୁନାହିଁ । ଜିଲ୍ଲା ଅଧିକ ଅମଳକ୍ଷମ ଶସ୍ୟ ଓ ଉତ୍ପାଦିକା ଶକ୍ତିରେ ନାଁ କରିବା ସହିତ ତିନି ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି କର୍ମଣ ପୁରସ୍କାର ପାଇଛି । ହେଲେ ସବୁ ସମୟରେ ଜାଣିଶୁଣି ଜିଲ୍ଲାର ଚାଷୀଙ୍କୁ ଠକି ଚାଲିଛନ୍ତି ସରକାର ।

ଏହା ବି ପଢନ୍ତୁ...ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗରେ ୫୭ ପ୍ରତିଶତ କର୍ମଚାରୀ ପଦ ଖାଲି

ଏବେ କୃଷି ବିଭାଗର ଅଧିକାଂଶ ପଦ ପଦବୀରେ କର୍ମଚାରୀ ନ ଥିବାରୁ ଖାଁ ଖାଁ ଲାଗୁଛି କୃଷି ବିଭାଗର କାର୍ଯ୍ୟାଳୟ । ଚାଷୀଙ୍କୁ ଆଶ୍ବାସନା ଦେଇ ଚାଲିଛି କୃଷି ବିଭାଗ । ପଦ ପଦବୀ ପୂରଣ ସଂପର୍କରେ ଅନେକ ବାର ରାଜ୍ୟ କୃଷି ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଉପ କୃଷି ନିର୍ଦ୍ଦେଶକ । ହେଲେ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.