ETV Bharat / state

ଦୁର୍ଘଟଣାରେ ମୃତ ଯୁବକଙ୍କ ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ

author img

By

Published : Aug 4, 2020, 10:12 PM IST

ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବଡ ବାହାଲି ଛକରେ ଶତାଧିକ ଲୋକ ଏହି ଆନ୍ଦୋଳନ କରୁଛନ୍ତି ।

ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ
ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ

ସୁବର୍ଣ୍ଣପୁର: ଜିଲ୍ଲା ବଡ଼ ବାହାଲି ଛକରେ ଗ୍ରାମବାସୀ ଯୁବକଙ୍କ ମୃତଦେହ ରାସ୍ତା ଉପରେ ରଖି ଆନ୍ଦୋଳନ କରୁଛନ୍ତି । ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ବଡ ବାହାଲି ଛକରେ ଶତାଧିକ ଲୋକ ଏହି ଆନ୍ଦୋଳନ କରୁଛନ୍ତି । ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗାଁର ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ ।

ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ

ବାଘପାଲିରୁ ବଡ଼ ବାହାଲିକୁ ଏକ ମୋଟର ସାଇକେଲରେ ଦୁଇ ଜଣ ଯୁବକ ଘରକୁ ଫେରୁଥିବା ବେଳେ ସୋନପୁର ପଟରୁ ଯାଉଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଯୁବକ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ବଲାଙ୍ଗୀର ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ହୋଇ ବୁର୍ଲାକୁ ସ୍ଥାନାନ୍ତର ହୋଇଥିବା 30 ବର୍ଷୀୟ ବୃଷଭ ଦନ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ କପିଳ ଦନ୍ତା ବଲାଙ୍ଗୀର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଗାଁ ଲୋକ ମୃତ ବୃଷଭର ମୃତଦେହ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏବେ ସଦର ତହସିଲଦାର ଅରବିନ୍ଦ ବେହେରା, ତରଭା ଆଇ ଆଇ ସି ଡୋଲାମଣି ଭୋଇ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗାଁଲୋକଙ୍କ ସହିତ ଆଲୋଚନା କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.