ସୁବର୍ଣ୍ଣପୁର: ଜିଲ୍ଲାରେ ଏଯାଏଁ ଜଣେ ହେଲେ ବି କୋଭିଡ-19 ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି । ଏବେ କିନ୍ତୁ ଲକଡାଉନ କୋହଳ ହୋଇଥିବାରୁ ଲୋକଙ୍କ ଭିତରେ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହୋଇଛି । ବିଶେଷକରି ବାହାର ଜିଲ୍ଲା ଓ ବାହାର ରାଜ୍ୟର ଲୋକେ ସୁବର୍ଣ୍ଣପୁରକୁ ଆସିବାକୁ କୌଣସି ପ୍ରତିବନ୍ଧକ ନ ଥିବାରୁ ଖୁବ ଶୀଘ୍ର ଏହା ଅରେଞ୍ଜ ଜୋନରେ ପରିଣତ ହେବ ବୋଲି ଆଶା କରାଯାଉଛି ।
ଦୈନିକ ଶହ ଶହ ଗାଡି ମୋଟରରେ ଲୋକେ ଆସି ମହାନଦୀରେ ସ୍ନାନ ଶୌଚ କରିବା ସହିତ ଆଖପାଖ ହୋଟେଲରୁ ଖାଦ୍ୟ ପାର୍ଶଲ ଆଣି ଖାଉଛନ୍ତି । ଫଳରେ ଅଚିହ୍ନା ଅଜଣା ଲୋକେ ସହରକୁ ଆସୁଥିବାରୁ ଏମାନେ କୋଭି-19 ର ବାହକ ହୋଇ ଜିଲ୍ଲାକୁ ଅରେଞ୍ଜ ଜୋନରେ ପରିଣତ କରିବେ ବୋଲି ଲୋକେ ଭୟ କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ