ETV Bharat / state

ବନ୍ୟା ବିପନ୍ନଙ୍କୁ ଚୂଡା ଚିନି ଦେଲେ ସ୍ଥାନୀୟ ଲୋକ ପ୍ରତିନିଧି

ସୁବର୍ଣ୍ଣପୁର ଜିଲ୍ଲା ଖାରୀ କୁମୁଣ୍ଡେ ପିଡବ୍ଲୁଡି ମେଣ୍ଡା-ଅର୍ଡା ରାସ୍ତା ଉପରେ ତିନିଫୁଟ ପାଣି ଚାଲିଛି । ହେଲେ ପାଣି ଘେରରେ ଫସିଥିବା ବନ୍ୟା ବିପନ୍ନଙ୍କ ପାଖରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

author img

By

Published : Aug 13, 2019, 3:12 PM IST

Updated : Aug 13, 2019, 3:19 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ଠପ୍ ହେବା ସହ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଖାରୀ କୁମୁଣ୍ଡେ ପିଡବ୍ଲୁଡି ମେଣ୍ଡା-ଅର୍ଡା ରାସ୍ତା ଉପରେ ତିନିଫୁଟ ପାଣି ଚାଲିଛି । ହେଲେ ପାଣି ଘେରରେ ଫସିଥିବା ବନ୍ୟା ବିପନ୍ନଙ୍କ ପାଖରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଗତ ତିନିଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମେଣ୍ଡା-ଅର୍ଡା ରାସ୍ତାର ପୋଲ ଉପରେ ପାଣି ଚାଲିଛି। ଏହି ରାସ୍ତା ଉପରେ ମେଣ୍ଡା ,ରାଣୀସର୍ଡା ,ଦେଉଳ ପଦର ଆଦି 8ଟି ପଞ୍ଚାୟତର ପ୍ରାୟ 40ରୁ ଅଧିକ ମୌଜାର ଲୋକେ ନିର୍ଭର କରୁଥିବାବେଳେ ବନ୍ୟାରୁ ବାହାର ଜଗତରୁ ବିଚ୍ଛିନ୍ନ ହୋଇଛି ।

ତେବେ ଏଯାଏଁ ଗାଁକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାବେଳେ ସ୍ଥାନୀୟ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଲୋକ ପ୍ରତିନିଧି ଗାଁକୁ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ସ୍ଥାନୀୟ ଲୋକ ପ୍ରତିନିଧିମାନେ ଗାଁରେ ଚୁଡା ଚିନି ଆଦି ସଂଗ୍ରହ କରି ଗାଁର ଶିଶୁମାନଙ୍କୁ ସକାଳ ଜଳଖିଆ ପ୍ରଦାନ କରିଛନ୍ତି ।

ତେବେ ଅନେକ ସମୟରେ ବନ୍ୟା ଆସିଲେ ଗାଁକୁ ଲମ୍ବିଥିବା ରାସ୍ତାକୁ ବୁଡି ଯାଉଛି । ତେଣୁ ଏହି ରାସ୍ତାକୁ ଉଚ୍ଚ କରିବା ପାଇଁ ଲୋକେ ଦାବି କରୁଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଉ ଥିବା ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ଖାରୀ କୁମୁଣ୍ଡେ ପିଡବ୍ଲୁଡି ରାସ୍ତାର ମେଣ୍ଡା-ଅର୍ଡା ରାସ୍ତା ଉପରେ ତିନିଫୁଟ ପାଣି ଚାଲିଛି ।ଗତ ତିନି ଦିନଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମେଣ୍ଡା-ଅର୍ଡା ରାସ୍ତାର ପୋଲ ଉପରେ ପାଣି ଚାଲିଛି ।ଏହି ରାସ୍ତା ଉପରେ ମେଣ୍ଡା ,ରାଣୀସର୍ଡା ,ଦେଉଳ ପଦର ଆଦି ଆଠୋଟି ପଂଚାୟତର ପ୍ରାୟ 40ରୁ ଅଧିକ ମୌଜାର ଲୋକେ ନିର୍ଭର କରନ୍ତି ।ଏହି ରାସ୍ତାରେ ହଜାର ହଜାର ଲୋକ ତରଭା ସହର ତଥା ସୁବର୍ଣ୍ଣପୁର ଓ ଖାରୀକୁ ପ୍ରିତଦିନ ଯିବା ଆସିବା କରୁଛନ୍ତି ।ଛାତ୍ରଛାତ୍ରୀମାନେ ତରଭା ,ସୁବର୍ଣ୍ଣପୁରକୁ ଉଚ୍ଚ ଶିକ୍ଷା ପାଇଁ ଆସୁଛନ୍ତି ।ହେଲେ ଆଜି ହଠାତ ପାଣି ବଢି ଯାଇଥିବାରୁ ପୋଲ ଉପରେ ପାଣି ଚାଲୁଛି ।ଫଳରେ ଲୋକେ ଏକ ପ୍ରକାର ପାଣି ଘେରର ରହିଛନ୍ତି ।ଏଯାଏଁ ପାଣି ଘେରରେ ଥିବା ଏହି ପଂଚାୟତ ଗୁଡିକୁ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନ ଥିବା ଜଣା ପଡିଛି ।ପ୍ରବଳ ବର୍ଷା ଯୋଗୁଁ ଦୋକାନ ବଜାର ଓ କାର୍ଯ୍ୟାଳୟଗୁଡିକ ଖୋଲିନାହିଁ ।ଫଳରେ ଲୋକେ ଦୈନନ୍ଦିନ ଆବଶ୍ୟକ କରୁଥିବା ଜିନିଷ ପାଇଁ ବେଶ ହଇରାଣ ହେଉଛନ୍ତି ।ଏହି ପିଡବ୍ୟୁଡି ରାସ୍ତାରେ ଥିବା ପୋଲ ଗୁଡିକ ଉଚ୍ଚରେ ତିଆରି କରିବା ସହିତ ରାସ୍ତା ଉଚ୍ଚ ଭାବେ ତିଆରି କରିବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।ପ୍ରତିବର୍ଷ ବର୍ଷା ଦିନରେ ଅନେକ ସମୟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ରାସ୍ତା ଓ ପୋଲ ଉଚ୍ଚ କରିବା ପାଇଁ ଲୋକେ ଦାବୀ କରୁଛନ୍ତି ।Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।Conclusion:କେବଳ ତରଭାରେ ବନ୍ୟା ପରିସ୍ଥିତି
Last Updated : Aug 13, 2019, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.