ETV Bharat / state

ଧିମେଇଛି ରିଂ ରୋଡ କାର୍ଯ୍ୟ, ବ୍ଲାଷ୍ଟିଂରେ ଅତିଷ୍ଠ ଲୋକେ

ସୁବର୍ଣ୍ଣପୁରରେ ରିଂ ରୋଡ କାମକୁ ନେଇ ଅତିଷ୍ଟ ଲୋକେ । ସହରବାସୀଙ୍କ ସୁରକ୍ଷା ପାଇଁ ତିଆରି ହେଉଥିବା ରିଂ ରୋଡ କାର୍ଯ୍ୟ ପାଇଁ ନଦୀକୂଳିଆ ଅନେକ ପରିବାର କ୍ଷତିଗ୍ରସ୍ତ ହେଉଥିବା ଏବେ ଅଭିଯୋଗ ହେଉଛି । ଅଧିକ ପଢନ୍ତୁ

ଧିମେଇଛି ରିଂ ରୋଡ କାର୍ଯ୍ୟ, ବ୍ଲାଷ୍ଟିଂରେ ଅତିଷ୍ଠ ଲୋକେ
ଧିମେଇଛି ରିଂ ରୋଡ କାର୍ଯ୍ୟ, ବ୍ଲାଷ୍ଟିଂରେ ଅତିଷ୍ଠ ଲୋକେ
author img

By

Published : May 22, 2022, 2:12 PM IST

ସୁବର୍ଣ୍ଣପୁର: ଜିଲ୍ଲାକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ତିଆରି ଚାଲିଛି ରିଂରୋଡ । ହେଲେ ଧିମେଇଛି ରିଂ ରୋଡ କାର୍ଯ୍ୟ । ସହରବାସୀଙ୍କ ସୁରକ୍ଷା ପାଇଁ ତିଆରି ହେଉଥିବା ରିଂ ରୋଡ କାର୍ଯ୍ୟ ପାଇଁ ନଦୀକୂଳିଆ ଅନେକ ପରିବାର କ୍ଷତିଗ୍ରସ୍ତ ହେଉଥିବା ଏବେ ଅଭିଯୋଗ ହେଉଛି । ପଥର ବ୍ଲାଷ୍ଟିଂ ପାଇଁ ଅନେକ ଘର ପ୍ରଭାବିତ ହେଉଥିବା ବେଳେ ଘରକାନ୍ଥ ଗୁଡିକରେ ଫାଟ ସୃଷ୍ଟି ହେଉଛି । ତେଣୁ ମହାନଦୀ ଗର୍ଭରେ ରାସ୍ତା କରି ଏହି ପ୍ରକଳ୍ପ ତିଆରି କରିବାକୁ ବିଜେପି ଦାବି କରିଛି ।

ଧିମେଇଛି ରିଂ ରୋଡ କାର୍ଯ୍ୟ, ବ୍ଲାଷ୍ଟିଂରେ ଅତିଷ୍ଠ ଲୋକେ

୨୦ ଜାନୁୟାରୀ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ଦୁଇ ବର୍ଷ ଭିତରେ ରିଂ ରୋଡ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସହରବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ହେଲେ ପ୍ରାୟ ୫ କିଲୋମିଟର ଲମ୍ବ ରିଂରୋଡର ଅର୍ଦ୍ଧେକ କାମ ଏଯାଏଁ ସଂପୂର୍ଣ୍ଣ ହୋଇ ପାରିନାହିଁ । ମହାନଦୀ କୂଳରେ ଥିବା ଐତିହାସିକ ଗୋକର୍ଣ୍ଣେଶ୍ବର ମନ୍ଦିର ,ବାବା ରାମେଶ୍ବର ମନ୍ଦିର , ରାଜପ୍ରାସାଦ ସମେତ ଅନେକ କୀର୍ତ୍ତିରାଜିର ସୁରକ୍ଷା କରିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି । ରିଂ ରୋଡ କାର୍ଯ୍ୟରେ ଲୋକେ କ୍ଷତିଗ୍ରସ୍ତ ହେଉଥିବା ବେଳେ ସଚେତନତାର ସହିତ କାର୍ଯ୍ୟ କରା ନ ଗଲେ ବିଜେପି ପୁଣି ଥରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.