ETV Bharat / state

କଳକୀ ବେଶରେ ଦର୍ଶନ ଦେବେ ପାତାଳୀ ଶ୍ରୀକ୍ଷେତ୍ର ଶ୍ରୀଜିଉ - kalki besha

ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରରେ କଳକୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଶୁକ୍ରବାର ହେବ ବାହୁଡା ଯାତ୍ରା । ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।

ଫଟୋ ସୈଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 11, 2019, 11:58 AM IST

ସୁବର୍ଣ୍ଣପୁର: କଳକୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରର ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ମହାପ୍ରଭୁ ।

ଭିଡିଓ ସୈଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବୁଧବାର ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବୁଦ୍ଧ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ସଂଧ୍ୟାରେ ବୁଦ୍ଧ ବେଶ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥିଲା ।

ଅଗୁର, ଚନ୍ଦନ, କର୍ପୁର, ଧୂପ, ଦୀପ, ବିଭିନ୍ନ ପ୍ରକାରର ପୁଷ୍ପ ଓ ନୈବେଦ୍ୟରେ ମହକି ଉଠୁଥିଲା ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀ ନୃସିଂହ ଦେବଙ୍କ ସହିତ ବେନି ଭାଇଙ୍କ ବେଶ ଓ ଦେବୀ ଶୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ସଂଧ୍ୟାରୁ ଭକ୍ତମାନଙ୍କର ଲମ୍ବାଧାଡି ଲାଗିଥିଲା

ଶୁକ୍ରବାର ଶ୍ରୀ ବଡ ଜଗନ୍ନାଥ ସ୍ବାମୀ ମନ୍ଦିର ପ୍ରତ୍ୟାବର୍ତନ ପାଇଁ ବାହୁଡା ଯାତ୍ରାରେ ବାହାରିବାକୁ ଥିବା ବେଳେ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ବେନି ଭାଇଙ୍କ କଳକୀ ବେଶ ଥିବାରୁ ଶ୍ରୀଗୁଣ୍ଡିଚା ଗୁଡିରେ ଭକ୍ତମାନଙ୍କର ପ୍ରବଳ ସମାଗମ ହେବା ଆଶା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବେନିଭାଇ ଆଜି (ଗୁରୁବାର) କଲକି ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ।ଗତକାଲି ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବୁଦ୍ଧ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ ।ସନ୍ଧ୍ୟାରେ ଏହି ବେଶ ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଅଗୁର , ଚନ୍ଦନ , କର୍ପୁର , ଧୂପ , ଦୀପ , ବିଭିନ୍ନ ପ୍ରକାରର ପୁଷ୍ପ ଓ ନୈବେଦ୍ୟ ରେ ମହକି ଉଠୁଥିଲା ଶ୍ରୀ ଗୁଣ୍ଡିଚା ଗୁଡି ।ଶ୍ରୀ ନୃସିଂହ ଦେବଙ୍କ ସହିତ ବେନି ଭାଇଙ୍କ ବେଶ ଓ ଦେବୀ ଶୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ସଂଧ୍ୟାରୁ ଭକ୍ତମାନଙ୍କର ଲମ୍ବାଧାଡି ଲାଗିଥିଲା । ସନ୍ଧ୍ୟା 6 ଟାରୁ ପ୍ରାୟ 11 ଟା ରାତି ଯାଏଁ ଶ୍ରଦ୍ଧାଳୁମାନେ ବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ।ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା ।Body:ଗତକାଲି ସଂଧ୍ୟା ଆରତୀ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସମାଗମରେ ଲୋକାରଣ୍ୟ ହୋଇ ପଡିଥିଲା ଶ୍ରୀଗୁଣ୍ଡିଚା ଗୁଡି ପରିସର । ଦର୍ଶନାର୍ଥୀଙ୍କ ମନୋରଂଜନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର କମିଟୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।Conclusion:ଆସନ୍ତାକାଲି ଶ୍ରୀ ବଡ ଜଗନ୍ନାଥ ସ୍ବ ମଂଦିର ପ୍ରତ୍ୟାବର୍ତନ ପାଇଁ ବାହୁଡା ଯାତ୍ରାରେ ବାହାରିବେ।ବାହୁଡା ପାଇଁ ଦେବୋତ୍ତର ବିଭାଗ ଓ ମଂଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଆଜି ବେନି ଭାଇଙ୍କ କଳ୍କୀ ବେଶ ଥିବାରୁ ଶ୍ରୀ ଗୁଣ୍ଡିଚା ଗୁଡିରେ ଭକ୍ତମାନଙ୍କର ପ୍ରବଳ ସମାଗମ ହେବା ଆଶା କରାଯାଉଛି।ଆସନ୍ତାକାଲି ତିନି ବିଗ୍ରହଙ୍କ ପହଣ୍ଡି କାର୍ଯ୍ୟ କେବଳ ସମ୍ପନ୍ନ ହେବ। ତହିଁ ପର ଦୁଇ ଦିନ ରଥ ଟଣା କାର୍ଯ୍ୟକ୍ରମ ପାଇଁ ନିଷ୍ପତି ନିଆଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.