ETV Bharat / state

ବସଷ୍ଟାଣ୍ଡ ବିଶ୍ରାମଗାରରେ ଝୁଲୁଛି ତାଲା; ଯାତ୍ରୀ ହନ୍ତସନ୍ତ

author img

By

Published : Jul 18, 2021, 1:09 PM IST

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବସଷ୍ଟାଣ୍ଡ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅଧିକ ପଢନ୍ତୁ...

ବସଷ୍ଟାଣ୍ଡ ବିଶ୍ରାମଗାରରେ ଝୁଲୁଛି ତାଲା
ବସଷ୍ଟାଣ୍ଡ ବିଶ୍ରାମଗାରରେ ଝୁଲୁଛି ତାଲା

ସୁବର୍ଣ୍ଣପୁର: ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବସଷ୍ଟାଣ୍ଡ । ଆଜିକୁ ପ୍ରାୟ ଦେଢ ଦଶନ୍ଧି ଧରି ଏହାକୁ ଏକ ସ୍ବୟଂ ସମ୍ପୂର୍ଣ୍ଣ ବସଷ୍ଟାଣ୍ଡରେ ପରିଣତ କରାଯାଇ ପାରିନାହିଁ । ବିଶ୍ରାମାଗାରରେ ତାଲା ଝୁଲୁଛି । ଚାରିପାଖ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବସଷ୍ଟାଣ୍ଡ ବିଶ୍ରାମଗାରରେ ଝୁଲୁଛି ତାଲା

ଯାତ୍ରୀମାନଙ୍କ ପାଇଁ କୌଣସି ସୂଚନା କକ୍ଷ ବି କାର୍ଯ୍ୟକ୍ଷମ କରାଯାଇ ନାହିଁ । ଡାକବାଜି ଯନ୍ତ୍ର ସହଯୋଗରେ ଯାତ୍ରୀମାନଙ୍କୁ ସୂଚନା ଦେବା ତ ଦୂରେ ଥାଉ । ବୀରମହାରାଜପୁର ସହର ଦେଇ ଶହ ଶହ ଗାଡି ମୋଟର ଚାଲୁଥିବା ବେଳେ ପୂର୍ବାଞ୍ଚଳ ଜିଲ୍ଲା ଗୁଡିକୁ ଅବା ରାଜଧାନୀକୁ ଯିବା ପାଇଁ ଏକ୍ସପ୍ରେସ ଗାଡି ମଧ୍ୟ ଚାଲେ । ଯାତ୍ରୀଙ୍କ ବିଶ୍ରାମ ପାଇଁ ନା ଅଛି ବିଶ୍ରାମଗାର ନା ଅଛି ପିଇବା ପାଣି ।

2006 ଡିସେମ୍ବରରେ ବସଷ୍ଟାଣ୍ଡଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଯତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଅନେକ ପ୍ରତିଶ୍ରୃତି ମିଳିଥିଲା । ହେଲେ ତାହା କେବଳ ମିଥ୍ୟା ପ୍ରତିଶ୍ରୃତିରେ ପରିଣତ ହୋଇଛି । ଉଦଘାଟନକୁ ଅନେକ ବର୍ଷ ବିତିଥିଲେ ବି ବସଷ୍ଟାଣ୍ଡ ସ୍ଥିତି ଯେମିତି କି ସେମିତି ରହିଛି ।

ବୀରମହାରାଜପୁର ସହର ଆଖପାଖରେ ଅନେକ ମଠ ,ମନ୍ଦିର ,ଐତିହାସିକ ପର୍ଯ୍ୟଟନସ୍ଥଳୀ ରହିଛି । ବସଷ୍ଟାଣ୍ଡରେ ଆବଶ୍ୟକୀୟ ସୁବିଧା ନଥିବାରୁ ଯାତ୍ରୀଙ୍କଠାରୁ ନେଇ ପର୍ଯ୍ୟଟକ ସସସ୍ତେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଜନସାଧାରଣଙ୍କ ପାଇଁ ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଏଥିପ୍ରତି ଧ୍ୟାନ ନ ଦିଆଗଲେ ବିଜେପି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ବଳଦେବ ବେଦବାଗ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.