ETV Bharat / state

ବିଦ୍ୟାଳୟ ମିଶ୍ରଣକୁ ଅଭିଭାବକଙ୍କ ବିରୋଧ, ପ୍ରତ୍ୟାହାର କରିବାକୁ ଜିଲ୍ଲା ପ୍ରଶାସନକୁ ଜଣାଇଲେ ଦାବି - Subarnapur latest news

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏ ନେଇ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନକୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛି ଅଭିଭାବକ ତଥା ଗ୍ରାମବାସୀ । ଅଧିକ ପଢନ୍ତୁ...

parents demand  school in subarnapur
ବିଦ୍ୟାଳୟ ମିଶ୍ରଣକୁ ଅଭିଭାବକଙ୍କ ବିରୋଧ, ପ୍ରତ୍ୟାହାର କରିବାକୁ ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି
author img

By

Published : Aug 9, 2021, 3:51 PM IST

ସୁବର୍ଣ୍ଣପୁର: ବିଦ୍ୟାଳୟ ମିଶ୍ରଣକୁ ଅଭିଭାବକଙ୍କ ପ୍ରତିବାଦ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପଧାନପାଲି ଗାଁର ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣରୁ ବାଦ ଦେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ଗ୍ରାମବାସୀ ।

ବିଦ୍ୟାଳୟ ମିଶ୍ରଣକୁ ଅଭିଭାବକଙ୍କ ବିରୋଧ, ପ୍ରତ୍ୟାହାର କରିବାକୁ ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି

ଗତ 10 ବର୍ଷରୁ ଅଧିକ ହେଲା ପଧାନପାଲି ପ୍ରାଥମିକ ବିଦ୍ୟାଳୟରେ 30ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢି ଆସୁଛନ୍ତି । ଗତ 2019-20 ଶିକ୍ଷା ବର୍ଷରେ ବି ଗାଁର ବିଦ୍ୟାଳୟରେ 32 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ବିଭାଗ ପଧାନପାଲିର ଅନତି ଦୂରରେ ଥିବା ମହାଦେବପାଲି ଗାଁ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିଛନ୍ତି । ଫଳରେ ଛାତ୍ରଛାତ୍ରୀ ପ୍ରାୟ ଗୋଟିଏ କିଲୋମିଟରରୁ ଅଧିକ ରାସ୍ତା ଯିବାକୁ ହେବ । ମହାଦେବପାଲି ବିଦ୍ୟାଳୟକୁ ଯିବା ରାସ୍ତାଟି ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ଦୁଇଟି ଜନଗହଳିପୂର୍ଣ୍ଣ ଛକ ଓ ଗୋଟିଏ ଚାରିଛକିଆ ଅତିକ୍ରମ କରିବାକୁ ପଡିବ । ତେବେ ଏହି ରାସ୍ତାରେ ଭାରି ଯାନ ଚଳାଚଳ କରୁଥିବାବେଳେ ରାସ୍ତା ପ୍ରଶସ୍ତିକରଣ ହୋଇ ନ ଥିବାରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି ।

ତେଣୁ ପଧାନପାଲି ବିଦ୍ୟାଳୟକୁ ମହାଦେବ ପାଲି ବିଦ୍ୟାଳୟରେ ମିଶ୍ରଣ ନ କରି ପୁଣି ଏହି ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଅଭିଭାବକ ଓ ବିଦ୍ୟାଳୟ କମିଟିର ସଦସ୍ୟମାନେ ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ଅଭିଭାବକ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.