ETV Bharat / state

କରୋଡପତି ଲୋଭରେ 40 ଲକ୍ଷ ଠକେଇ - ସମ୍ବଲପୁର

ସମ୍ବଲପୁର ହୀରାକୁଦ ଥାନା ଅଞ୍ଚଳରେ ଜଣେ ଦମ୍ପତ୍ତିଙ୍କ ଠାରୁ ‘କୌନ ବନେଗା କରୋଡପତି’ର ଲୋଭ ଦେଖାଇ 40 ଲକ୍ଷ ଟଙ୍କାର ଅନଲାଇନରେ ଠକି ନେଇଛନ୍ତି ଦୁର୍ବୃତ୍ତ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 14, 2019, 6:46 PM IST

ସମ୍ବଲପୁର: ପପୁଲାର ଟିଭି ସୋ ‘କୌନ ବନେଗା କରୋଡପତି’ନାଁର ସାହାରା ନେଇ ଠକେଇ ଅଭିଯୋଗ । ସମ୍ବଲପୁର ହୀରାକୁଦ ଥାନା ଅଞ୍ଚଳରେ ଜଣେ ଦମ୍ପତ୍ତିଙ୍କ ଠାରୁ 40 ଲକ୍ଷ ଟଙ୍କାର ଅନଲାଇନରେ ଠକି ନେଇଛନ୍ତି ଦୁର୍ବୃତ୍ତ। ଏହାକୁ ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ଗତବର୍ଷ ଅଗଷ୍ଟ ମାସରେ ଏହି ଦମ୍ପତିଙ୍କୁ କୌନ ବନେଗା କରୋଡ ପତିରେ ବିଜୟୀ ହୋଇଥିବା ନେଇ ମୋବାଇଲକୁ ଏକ ମେସେଜ ଆସିଥିଲା। ଏହାସହ 3 କୋଟି 75 ଲକ୍ଷ ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ବିଭିନ୍ନ ଆକାଉଣ୍ଟରେ ଆଜି ପର୍ଯ୍ୟନ୍ତ 40 ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା।

ଆଜି ପର୍ଯ୍ୟନ୍ତ ପ୍ରାୟ 55 ଟି ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇଥିବା ପୋଲିସ କହିଛି। ଅଧିକାଂଶ ଆକାଉଣ୍ଟ ଏସବିଆଇର ରହିଛି। ତେବେ ଏହି ଆକାଉଣ୍ଟ ର KYC ବ୍ୟାଙ୍କ ଗୁଡିକୁ ମଗାଯାଇଥିବା ପୋଲିସ କହିଛି। ଏହା ମିଳିବା ପରେ ଆକାଉଣ୍ଟଧାରୀଙ୍କ ଠିକଣା ଠାବ କରି ତଦନ୍ତକୁ ଆଗକୁ ନିଆଯିବ ବୋଲି ପୋଲିସ କହିଛି ।

ତେବେ ଠକେଇର ଶିକାର ହୋଇଥିବା ଏହି ଦମ୍ପତ୍ତି ମାନସିକ ସ୍ତରରେ ବହୁ ଦୁର୍ବଳ ହୋଇପଡିଥିବାରୁ ନିଜର ନାମ ଗୁପ୍ତ ରଖିବାକୁ ପୋଲିସକୁ କହିଥିବାର ପୋଲିସ କହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ହୀରାକୁଦ ଥାନା ଅଞ୍ଚଳରେ ଜଣେ ଦମ୍ପତ୍ତିଙ୍କ ଠାରୁ 40 ଲକ୍ଷ ଟଙ୍କାର ଅନଲାଇନ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଅଗଷ୍ଟ ମାସରୁ ହୀରାକୁଦ ର ଏକ ଦମ୍ପତି ଙ୍କୁ କୌନ ବନେଗା କରୋଡପତି ରେ ବିଜୟୀ ହୋଇଥିବା ର ଏକ ମେସେଜ ଆସିଥିଲା। ଏହା ସହ 3 କୋଟି 75 ଲକ୍ଷ ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ଏହି ଦମ୍ପତିଙ୍କ ଠାରୁ ଆଜି ପର୍ଯ୍ୟନ୍ତ 40 ଲକ୍ଷ ଟଙ୍କା ଠକି ନେଇଥିବାର ସମ୍ବଲପୁର ସାଇବର ଥାନାରେ ଅଭିଯୋଗ ହୋଇଛି।

Body:ସମ୍ବଲପୁର ରେ 40 ଲକ୍ଷ ଟଙ୍କାର ଅନଲାଇନ ଠକେଇ । ସମ୍ବଲପୁର ହୀରାକୁଦ ର ଏକ ଦମ୍ପତିଙ୍କୁ କୌନ ବନେଗା କରୋଡପତି ରେ 3 କୋଟି 75 ଲକ୍ଷ ଟଙ୍କା ବିଜୟୀ ହୋଇଥିବା କହି ଏହି ଟଙ୍କା ପାଇବା ପାଇଁ ତାଙ୍କ ଠାରୁ ପର୍ଯ୍ୟାୟ କ୍ରମରେ ବିଭିନ୍ନ ଆକାଉଣ୍ଟ ରେ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏମିତି ଭାବେ ମୋଟା ଅଙ୍କର ଟଙ୍କା ପାଇବା ଆଶାରେ ଏହି ଦମ୍ପତି ଆଜି ପର୍ଯ୍ୟନ୍ତ 40 ଲକ୍ଷ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବାର ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ 55 ଟି ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇଥିବାର ପୋଲିସ କହିଛି।ଅଧିକାଂଶ ଆକାଉଣ୍ଟ ଏସ ବି ଆଇ ର ରହିଛି। ତେବେ ଏହି ଆକାଉଣ୍ଟ ର KYC ବ୍ୟାଙ୍କ ଗୁଡିକୁ ମଗାଯାଇଥିବାର ପୋଲିସ କହିଛି। ଏହା ମିଳିବା ପରେ ଆକାଉଣ୍ଟ ଧାରୀ ଙ୍କ ଆଡ୍ରେସ ଠାବ କରି ତଦନ୍ତକୁ ଆଗକୁ ନିଆଯିବ ବୋଲି ପୋଲିସ କହିଛି।

Conclusion:ତେବେ ଠକେଇ ର ଶିକାର ହୋଇଥିବା ଏହି ଦମ୍ପତ୍ତି ମାନସିକ ସ୍ତରରେ ବହୁ ଦୁର୍ବଳ ହୋଇପଡିଥିବାରୁ ନିଜର ନାମ ଗୁପ୍ତ ରଖିବାକୁ ପୋଲିସ କୁ କହିଥିବାର ପୋଲିସ କହିଛି।

ବାଇଟ-1-ଅନିତା ପ୍ରଧାନ। ସାଇବର ଥାନା ଅଧିକାରୀ,ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.