ETV Bharat / state

ଆଳୁ ପିଆଜ ଦରରେ ନିଆଁ

ସୁବର୍ଣ୍ଣପୁରରେ ପିଆଜ ଆଳୁ ଦରରେ ନିଆଁ । କିଲୋପିଛା 70 ରୁ 75 ଟଙ୍କା ଦେଇ ପିଆଜ କିଣୁଛନ୍ତି ଖାଉଟି । ଅଧିକ ପଢ଼ନ୍ତୁ...

author img

By

Published : Oct 23, 2020, 2:43 PM IST

onion and patato price high in subarnapur
ଆଳୁ ପିଆଜ ଦରରେ ନିଆଁ

ସୁବର୍ଣ୍ଣପୁର: କନ୍ଦାଉଛି ପିଆଜ । ଖାଉଟି ପକେଟକୁ ମହଙ୍ଗା ମାଡ଼ । ରୋଷେଇ ଘରୁ କେବେଠୁ ଉଭାନ ହୋଇଗଲାଣି ପିଆଜ । ଦୈନିକ ବଜାରରେ ପାହାଡ଼ ପରି ଗଦା ହେଉଥିବା ପିଆଜ ଆଉ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ରାଜ୍ୟର କିଛି ସ୍ଥାନରେ ପିଆଜ କିଲୋପିଛା 80 ରୁ 90 ଟଙ୍କା ଥିବାବେଳେ ସୁବର୍ଣ୍ଣପୁରରେ ପିଆଜର କିଲୋପିଛା ଦର 70 ରୁ 75 ଟଙ୍କା ରହିଛି । ତେବେ କେବଳ ପିଆଜ ନୁହେଁ ଆଳୁ ସମେତ ଅନେକ ପରିବା ଦର ମଧ୍ୟ ଆକାଶ ଛୁଆଁ ରହିଛି ।

ଅନ୍ୟ ଜିଲ୍ଲା ପରି ସୁବର୍ଣ୍ଣପୁରରେ ବି ପିଆଜ ଦର ବେଶ ବୃଦ୍ଧି ପାଇଛି । ଗ୍ରାହକମାନେ ବଜାରରେ ଆଳୁ ପିଆଜ ପାଖରୁ ମୁହଁ ଫେରାଇ ନେଉଛନ୍ତି । ଯେଉଁମାନେ ଆଗରୁ 2 ରୁ 3 କେଜି ପିଆଜ କିଣୁଥିଲେ, ସେମାନେ ଏବେ ଅଧା କେଜି କିଣୁଛନ୍ତି । ଆଳୁ କିଲୋପିଛା 35 ରୁ 40 ଟଙ୍କା ଥିବାବେଳେ ସେହିପରି ପିଆଜକୁ 70 ରୁ 75 ଟଙ୍କା ଦେଇ କିଣୁଛନ୍ତି ଖାଉଟି। ତେବେ ଆଗକୁ ଆଳୁ ପିଆଜ ଦର ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।

ଆଳୁ ପିଆଜ ଦରରେ ନିଆଁ

ବିନା ପିଆଜରେ ଖାଦ୍ୟ ସୁସ୍ବାଦୁ ନ ଲାଗୁ ଥିବାରୁ ଅତ୍ୟଧିକ ଦର ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଛନ୍ତି ଗୃହିଣୀ। କେବଳ ଯେ ଗୃହିଣୀମାନେ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି, ତାହା ନୁହେଁ ବରଂ ବିଭିନ୍ନ ହୋଟେଲ ଓ ଛୋଟ ଛୋଟ ଖାଇବା ଷ୍ଟଲ ବ୍ୟବାସାୟୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ଅଧିକ ଟଙ୍କାରେ ପିଆଜ କିଣୁଥିବାରୁ ତାଙ୍କର ପୂର୍ବଭଳି ଲାଭ ହେଉନାହିଁ ।

ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦର ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ନ ଥିବାରୁ ଖାଉଟି ପକେଟ ଉପରେ ମାଡ଼ ପଡୁଛି । ଜିଲ୍ଲାରେ ଆଳୁ ପିଆଜ ଉତ୍ପାଦନ ଉପରେ ବିଶେଷ ପଦକ୍ଷେପ ନିଆଯାଉ ନ ଥିବାରୁ ବର୍ଷକୁ ପ୍ରାୟ 6 ମାସରୁ ଅଧିକ ଖାଉଟି ଢେର ଅଧିକ ଦରରେ ପିଆଜ କିଣୁଥିବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.