ETV Bharat / state

ବାଇକ ସହ ବାଇକ ଧକ୍କା, ଜଣେ ମୃତ

author img

By

Published : Dec 17, 2020, 8:16 AM IST

ସୁବର୍ଣ୍ଣପୁର ସହରର 57 ନମ୍ବର ଜାତୀୟ ରାଜପଥରେ ବାଇକ ସହ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ବାଇକ ସହ ବାଇକ ଧକ୍କା,ଜଣେ ମୃତ
ବାଇକ ସହ ବାଇକ ଧକ୍କା,ଜଣେ ମୃତ

ସୁବର୍ଣ୍ଣପୁର: ସହରର ମାଣିକେଶ୍ବରୀ ମନ୍ଦିର 57ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ବାଇକ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ବାଇକ ସହ ବାଇକ ଧକ୍କା,ଜଣେ ମୃତ

ସୂଚନାଅନୁସାରେ, ସହର ପଟୁ ତିନିଜଣ ବାଇକ ଆରୋହୀ ବିଲାସପୁରକୁ ଯାଉଥିଲେ । ଆଉ ଏକ ବାଇକରେ ଦୁଇ ଜଣ ବାଇକ ଆରୋହୀ ମନମୁଣ୍ଡାରୁ ସହର ଭିତରକୁ ଆସୁଥିଲେ । ମାଣିକେଶ୍ବରୀ ମନ୍ଦିର ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ସମସ୍ତ ଚାରିଜଣ ଗୁରୁତର ଭାବରେ ଆହତ ହୋଇଥିଲେ ।

ସହରର ଅଗ୍ନିଶମ ଅଧିକାରୀ ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କର ପରିଚୟ ମିଳିପାରି ନାହିଁ । ଆହତମାନଙ୍କ ମଧ୍ୟରୁ ଦୁଇଜଣ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବିଲାସପୁର ଗାଁର ରହିମ କଅଁର ଓ ଶକ୍ତି କଅଁର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.