ସୁବର୍ଣ୍ଣପୁର:ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । କୋଭିଡ ପାଇଁ ନିୟୋଜିତ ହୋଇଥିବା ପାରା ମେଡିକାଲ ଷ୍ଟାଫଙ୍କୁ ଚାକିରିରୁ ଛଟେଇ କରିଛନ୍ତି ରାଜ୍ୟ ସରକାର । ସ୍ଥାୟୀ ଚାକିରି ଦେବା ଵଦଳରେ ଚାକିରିରୁ ବାହାର କରି ଦିଆଯାଇଛି ଯାହାର ପ୍ରତିବାଦରେ କର୍ମଚାରୀମାନେ ସ୍ଥାନୀୟ ଆମ୍ବେଦକର ଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଟାଉନହଲରେ ପହଂଚିଥିଲେ ।
ସ୍ଥାୟୀ ନିଯୁକ୍ତି ଦେବା ସହିତ ନୂତନ ଭାବେ ବାହାରି ଥିବା ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରାଧିକାର ଭାବେ ଚୟନ ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି । ଏନେଇ କିଛି ଦିନ ହେଲା କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ