ETV Bharat / state

ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ଆକୁଳ ନିବେଦନ

author img

By

Published : Nov 21, 2020, 4:48 PM IST

କର୍କଟ ରୋଗରେ ପିଡିତ ଚିନା ମହାକୁର । ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା । ବନ୍ଧା ପଡିଛି ସବୁ ସମ୍ପତ୍ତି । ଅଧିକ ପଢନ୍ତୁ...

ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ଆକୁଳ ନିବେଦନ
ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ଆକୁଳ ନିବେଦନ

ସୁବର୍ଣ୍ଣପୁର: ଜିଲ୍ଲା ଲଙ୍କାବାହାଲ ଗାଁର ଚିନା ମହାକୁର । ବୟସ ୬୦ । ପୁଅ ଝିଅ ନ ଥିବାରୁ ବେଶ ଦୟନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି ଚିନା । ବର୍ଷକ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ପରାମର୍ଶ ନେଲେ । ହେଲେ ସୁସ୍ଥ ନହେବାରୁ ପରେ ବୁର୍ଲା ମେଡିକାଲକୁ ଯାଇଥିଲେ । ଡାକ୍ତର ସମସ୍ତ ପରୀକ୍ଷା କଲା ପରେ ଜଣା ପଡିଲା ଚିନାକୁ ସ୍ତନ କର୍କଟ ରୋଗ ହେଇଛି ।

ଏକଥା ଶୁଣିବା ପରେ ତାଙ୍କ ମୁଣ୍ଡରେ ଯେପରି ଚଡକ ପଡିଲା । ପାଖରେ ଯାହାବି ଥିଲା, ବିକି ଭାଙ୍ଗି ସମ୍ପର୍କୀୟଙ୍କ ଠାରୁ ଧାର ଉଧାର କରି ଚିକିତ୍ସା କଲେ ସ୍ବାମୀ ବାଟି ମହାକୁର । ଚଳିତ ବର୍ଷ ଲଗାଣ ବର୍ଷାରେ ତାଙ୍କର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ପାଖରେ ଥିବା ଲେହେଡି ଗାଁର ଜଣେ ସମ୍ପର୍କୀୟଙ୍କ ଏକ ଭଙ୍ଗା ଘରେ ଏବେ ପଲିଥିନ ବିଛାଇ କଟୁଛି ଜୀବନ । ଓଳିଏ ଖାଇଲେ ଆର ଓଳି ଉପବାସ । ଏପରି ଅବସ୍ଥାରେ ସ୍ତ୍ରୀର ଚିକିତ୍ସା ପାଇଁ ସରକାରଙ୍କ ସାହାଯ୍ୟକୁ ଅନେଇ ବସିଛନ୍ତି ବାଟି ।

ଏନେଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୀଲ୍ଲିପ କୁମାର ପଣ୍ଡାଙ୍କ ପ୍ରତିକ୍ରିୟା ନେବାରୁ ଖୁବ ଶିଘ୍ର ଗୋଟିଏ ଡାକ୍ତରୀ ଟିମ ତାଙ୍କ ଘରକୁ ପଠାଇ ଚିନାଙ୍କ ଅବସ୍ଥା ଦେଖି ଆବଶ୍ୟକ ଚିକିତ୍ସା କରେଇବେ ବୋଲି ସେ କହିଛନ୍ତି ।

ଆମ ଦେଶ ତଥା ରାଜ୍ୟରେ ଅନେକ ହୃଦୟବାନ ଦରଦୀ ମଣିଷ ଅଛନ୍ତି । ଯଦି କେହି ହୃଦୟ ବାନ ବ୍ୟକ୍ତି ତାଙ୍କୁ ସାହାର୍ଯ୍ୟ କରିବାପାଇଁ ଚାହିଁବେ ତେବେ ନିମ୍ନଲିଖିତ ଠିକଣାରେ ସହଯୋଗ କରି ପାରିବେ । ନାମ- ଚିନା ମହାକୁର, ମୋ-(38538740272) IFSC COD-(SBIN0009659)

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.