ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମାନବିକତା ଦେଖାଇଲେ ନର୍ସିଂ ଛାତ୍ରୀ ସୁମିତା । ଜଣେ ଅସହାୟ ବୃଦ୍ଧାଙ୍କ ସତ୍କାର ପାଇଁ ଆଗେଇ ଆସିଲେ ସୁମିତା । ସେହି ରାସ୍ତା ଦେଇ ଅନେକ ଲୋକ ଯାଉଥିଲେ ମଧ୍ୟ କାହାରି ନଜର ପଡୁ ନଥିଲା ମୃତଦେହ ଉପରେ । ବୃଦ୍ଧାଙ୍କ ମୃତ୍ୟୁରେ କୋହ ସମ୍ଭାଳି ନ ପାରି କାନ୍ଦି ଉଠିଥିଲେ ଛାତ୍ରୀ । ଏହାପରେ ଛାତ୍ରୀ ଜଣକ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିବା ପାଇଁ ପୋଲିସ ଓ ଶବ ବାହକ ଗାଡିକୁ ଯୋଗାଯୋଗ କରିଥିଲେ ।
କିଛି ସ୍ବେଚ୍ଛାସେବୀ ମୃତଦେହକୁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ରବିବାର ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ସଂସ୍କାର କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି । ତେବେ ସୁମିତାଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ