ସୁବର୍ଣ୍ଣପୁର: ଆଜି ପଶ୍ଚିମ ଓଡିଶାର ଗଣ ପର୍ଵ ନୂଆଁଖାଇ । ପ୍ରତିବର୍ଷ ପରି ଏଥର ଭାଦ୍ରବ ଋଷି ପଞ୍ଚମୀ ଶୁକ୍ଲପକ୍ଷ ତୁଲା ଲଗ୍ନ ନବାଂଶରେ ସକାଳ ଅମୃତ ଲଗ୍ନ ୯ଘଣ୍ଟା ୩୦ମିନିଟରୁ ୯ଘଣ୍ଟା ୪୪ମିନିଟ୍ ମଧ୍ୟରେ ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସମର୍ପଣ କରାଯାଇଛି।
ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ଆନନ୍ଦ ଉଲ୍ଲାସର ସହିତ ସୋନପୁର ଗଡଜାତବାସୀ ନବାର୍ଣ୍ଣ ପାଳନ କରିଛନ୍ତି। ଏଥିସହ ରାଜରାଜୁଡା ଅମଳରୁ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପାଖକୁ ସମଲେଶ୍ବରୀ ମନ୍ଦିରରୁ ପାହୁର୍ ଭୋଗ ମଧ୍ୟ ଠିକ ସମୟରେ ପହଁଞ୍ଚିଛି। ପରମ୍ପରା କ୍ରମେ ଗଡଜାତର ଲୋକଦେବୀ ସୁରେଶ୍ବରୀଙ୍କ ନାମରେ ଗଣନା କରି ଏହି ନବାନ୍ନ ଲଗ୍ନ ସ୍ଥିର ହୋଇଥିଲା ।

ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ ପରେ ଜନସାଧାରଣ ଏହା ଗ୍ରହଣ କରିଛନ୍ତି। ତେବେ ଏଥର କୋରୋନା ପାଇଁ ଜୁହାର ଭେଟ ଆଦି କାର୍ଯ୍ୟକ୍ରମ ଗୁଡିକୁ ପ୍ରଶାସନିକ ଅନୁମତି ମିଳିନାହିଁ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ