ETV Bharat / state

Municipal Polls: ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

author img

By

Published : Mar 7, 2022, 8:32 PM IST

ସୁବର୍ଣ୍ଣପୁର ସଦର ପୌର ପରିଷଦ ନିର୍ବାଚନ ପାଇଁ ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଅଧିକ ପଢନ୍ତୁ

Municipal Polls: ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା
Municipal Polls: ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ସୁବର୍ଣ୍ଣପୁର : ସଦର ପୌର ପରିଷଦ ନିର୍ବାଚନ ପାଇଁ ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଗତକାଲି ପର୍ଯ୍ୟନ୍ତ କେବଳ ବିଭିନ୍ନ ୱାର୍ଡର କାଉନସିଲର ପଦବୀ ପାଇଁ 11 ଗୋଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ତେବେ ଆଜି ବାକି 34 ଟି ନାମାଙ୍କନ ପତ୍ର ବିଭିନ୍ନ ୱାର୍ଡର କାଉନସିଲର ପଦବୀ ପାଇଁ ଦାଖଲ କରାଯାଇଛି । ସେହିପରି ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ 6 ଜଣ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଂଗ୍ରେସ ଦଳ ତରଫରୁ ରାଜଶ୍ରୀ ଦ୍ବୀବେଦି ,ବିଜେଡି ଦଳ ପକ୍ଷରୁ ତାମସି ନାୟକ ଓ ବିଜେପି ଦଳ ପ୍ରାର୍ଥିନୀ ଭାବେ ସୁନିତା ଗିରୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ବାସନ୍ତୀ ବେହେରା, ପୁଷ୍ପାଞ୍ଜଳୀ ସାଗର ଓ ଜ୍ୟୋତିଶ୍ରୀ ଦେହୁରୀ ମଧ୍ୟ ଅଧ୍ୟକ୍ଷ ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତେବେ ଆଗାମୀ 14 ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ପୌର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ନିହାର ରଞ୍ଜନ କୁଅଁର ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.