ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜନମୁରା ପଞ୍ଚାୟତର ନୂତନ କାର୍ଯ୍ୟାଳୟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି ।
ଗତ ପଞ୍ଚାୟତ ନିର୍ବାଚନରେ କଳାପଥର ପଞ୍ଚାୟତରୁ ବିଚ୍ଛିନ୍ନ ହୋଇ ଜନମୁରା ନୂତନ ପଞ୍ଚାୟତ ଭାବେ ଗଠନ ହେବା ପରେ ପର୍ଯ୍ୟାପ୍ତ ଭିତ୍ତିଭୂମି ସହ ଏହି ପଞ୍ଚାୟତର କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ଏହି ପଞ୍ଚାୟତ ମହକୁମାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଏକ ସୁନ୍ଦର ଉଦ୍ୟାନ, ଶିକ୍ଷାର ପ୍ରାସାର ପାଇଁ ଏକ ପାଠଗାର, କ୍ରୀଡାର ବିକାଶ ପାଇଁ ଏକ ଖେଳପଡିଆ ଓ ପାନୀୟ ଜଳ ଯୋଗାଇ ଦେବାକୁ ଏକ ମଡେଲ ଟାଙ୍କି ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଥିବା ବେଳେ ତୁରନ୍ତ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ତେବେ ପଞ୍ଚାୟତ କର୍ତ୍ତୃପକ୍ଷ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ସମସ୍ତ ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ