ETV Bharat / state

ନବାର୍ନ୍ନ ପର୍ବରେ ଆଦିଦେବୀ ମା ସୁରେଶ୍ବରୀ - ପଶ୍ଚିମ ଓଡିଶା

ସୋମବଂଶୀ ଶାସନ ଅମଳରୁ ରାଜ ପ୍ରାସାଦରୁ ଦେବୀ ମା ସୁରେଶ୍ବରୀଙ୍କ ପାଖକୁ ନବାର୍ନ୍ନ ପାହୁର ଖଂଜାଯାଏ । ମା ସମଲେଶ୍ବରୀ ମନ୍ଦିରରୁ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପାଖକୁ ପାହୁର ଯାଇ ସର୍ବାଗ୍ରେ ସମର୍ପଣ ହେବାର ପରଂପରା ଆଜି ବି ଜୀବିତ । ନୂଆଖାଇରେ ମା ସୁରେସ୍ବରୀଙ୍କ ପାଖରେ ନବାର୍ନ୍ନ ଲାଗି ପରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପରମ୍ପରା ଅନୁଯାୟୀ ନବାର୍ଣ୍ଣ ଗ୍ରହଣ କରାଯାଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର
author img

By

Published : Aug 30, 2019, 11:31 PM IST

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ମହାନ ଲୋକପର୍ବ ନୂଆଖାଇରେ ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେସ୍ବରୀଙ୍କ ସ୍ଥାନ ସ୍ବତନ୍ତ୍ର । କାହିଁ କେତେ ଦିନରୁ ମା ଖମ୍ବେଶ୍ବରୀ, ସମଲେଇ,ଦଶମତୀ, ଭଗବତୀ ଆଦି ଦେବୀ ଅଷ୍ଟଚଣ୍ଡୀଙ୍କ ଭିତରେ ମା ସୁରେଶ୍ବରୀ ସର୍ବାଗ୍ରେ ପୂଜା ପାଇ ଆସୁଛନ୍ତି । ରାଜା ରାଜୁଡା ଅମଳରୁ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ ହୋଇ ଆସୁଥିବା ବେଳେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳର ଲୋକେ ପ୍ରଥମେ ମା'ଙ୍କୁ ନବାର୍ନ୍ନ ସମର୍ପଣ କରି ଆସୁଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ପୂର୍ବରୁ ନିର୍ଦ୍ଧାରିତ ଲଗ୍ନରେ ମା' ଙ୍କ ପାଖରେ ପାହୁର ଭୋଗ ଯାଇ ସମର୍ପଣ ହେବା ପରେ ଜନସାଧାରଣ ନବାର୍ଣ୍ଣ ଗ୍ରହଣ କରି ଆସୁଛନ୍ତି । ଏହି ଗୋଟିଏ ଦିନ ଦେବୀଙ୍କ ପୀଠରେ ନିରାମିଷ ଭୋଗ ପ୍ରସ୍ତୁତି କରିବାର ପରଂପରା ଆଜିଯାଏଁ ଅତୁଟ ରହିଛି । ସହରର ଦକ୍ଷିଣ ଦିଗରେ ଉତ୍ତର ମୁହାଁ ହୋଇ ଅଧିଷ୍ଟାତ୍ରୀ ଦେବୀ ସୋନପୁର ଗଡଜାତର ଜନସାଧାରଣଙ୍କ ସହ ସୁଖରେ ଦୁଃଖରେ ରହିଆସିଛନ୍ତି ରାଜା ରାଜୁଡା ଅମଳରୁ ।

ସହରର ଐତିହାସିକ ବଳୀଯାତ୍ରା ହେଉ ଅବା ଲୋକ ପର୍ବ ନୂଆଁଖାଇ । ଦେବୀ ମା ସୁରେଶ୍ବରୀଙ୍କୁ ହିଁ କେନ୍ଦ୍ର କରି ସୋନପୁର ଗଡଜାତରେ ସବୁ ପର୍ବ ପର୍ବାଣୀ ପାଳନ କରାଯାଏ । ବିଶେଷକରି ନୂଆଁଖାଇରେ ସୋମବଂଶୀ ଶାସନ ଅମଳରୁ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ପାରଂପାରିକ ରୀତି ନୀତିରେ ଲଗ୍ନ ନିର୍ଣ୍ଣୟ ପରଂପରା ରହି ଆସିଛି । ଏପରିକି ପରୁହାଁ ଦେବୀ ଭାବେ ପୂଜିତା ମା ସୁରେଶ୍ବରୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ ପରେ ହିଁ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳର ଲୋକେ ନବାର୍ନ୍ନ ଗ୍ରହଣ କରିବା ପରଂପରା ଆଜି ବି ଅତୁଟ ରହିଛି । ପ୍ରାୟ ନବମ ଶତକରେ ଚୌହାନ ରାଜତ୍ବ ଅମଳରେ ସୋନପୁର ଗଡଜାତରେ ଦେବୀ ମା ସୁରେଶ୍ବରୀ ଲୋକ ଦେବୀ ଭାବେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।

ସୋମବଂଶୀ ଶାସନ ଅମଳରୁ ରାଜ ପ୍ରାସାଦରୁ ଦେବୀ ମା ସୁରେଶ୍ବରୀଙ୍କ ପାଖକୁ ନବାର୍ନ୍ନ ପାହୁର ଖଂଜା ଯିବାର ପରଂପରା ରହିଥିଲା । ଏବେ ମା ସମଲେଶ୍ବରୀ ମନ୍ଦିରରୁ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପାଖକୁ ପାହୁର ଯାଇ ସର୍ବାଗ୍ରେ ସମର୍ପଣ ହେବାର ପରଂପରା ଆଜି ବି ରହିଛି । ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ପାରଂପାରିକ ବିଧି ବିଧାନ ସହ ମାଙ୍କ ପାଖରେ ପାହୁର ସମର୍ପଣ ପରେ ଜନସାଧାରଣ ନବାର୍ନ୍ନ ଗ୍ରହଣ କରି ମାଙ୍କ ପାଖରୁ ଆଶିଷ ଭିକ୍ଷା କରିବା ପରଂପରା ଆଜିଯାଏଁ ଚାଲି ଆସିଛି ସୋନପୁର ଗଡଜାତରେ ।

ହଜାର ବର୍ଷ ଆଗରୁ ସୋନପୁର ଗଡଜାତରେ ଐତିହାସୀକ ବଳୀଯାତ୍ରାରୁ ଆରମ୍ଭ କରି ଲୋକପର୍ବ ନୂଆଁଖାଇ ଯାଏଁ ଦେବୀ ମା ସୁରେଶ୍ବରୀଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଛି । କୃଷି ଭିତ୍ତିକ ଏଇ ନୂଆଁଖାଇ ପର୍ବରେ ଲୋକେ ମା ମାଟି ଓ ପରୁହାଁ ଦେବୀ ସୁରେଶ୍ବରୀଙ୍କୁ ବର୍ଷର ପହିଲି ଶସ୍ୟକୁ ଅର୍ପଣ କରି ନିଜେ ଗ୍ରହଣ କରିବାର ପରଂପରା ଆଜି ବି ମଳିନ ପଡିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ପଶ୍ଚିମ ଓଡିଶାର ମହାନ ଲୋକପର୍ବ ନୂଆଁଖାଇରେ ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେସ୍ବରୀଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଛି ।କାହିଁ କେତେ ଦିନରୁ ମା ଖମ୍ବେଶ୍ବରୀ ,ସମଲେଇ ,ଦଶମତୀ ,ଭଗବତୀ ଆଦି ଦେବୀ ଅଷ୍ଟଚଣ୍ଡୀଙ୍କ ଭିତରେ ମା ସୁରେଶ୍ବରୀ ସର୍ବାଗ୍ରେ ପୂଜିତା ହୋଇ ଆସୁଛନ୍ତି ।ରାଜା ରାଜୁଡା ଅମଳରୁ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ ହୋଇ ଆସୁଥିବା ବେଳେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳର ଲୋକେ ପ୍ରଥମେ ମାଙ୍କୁ ନବାର୍ଣ୍ଣ ସମର୍ପଣ କରି ଆସୁଛନ୍ତି ।ଆଗରୁ ନିର୍ଦ୍ଧାରିତ ଲଗ୍ନରେ ମାଙ୍କ ପାଖରେ ପାହୁର ଭୋଗ ଯାଇ ସମର୍ପଣ ହେବା ପରେ ଜନସାଧାରଣ ନବାର୍ଣ୍ଣ ଗ୍ରହଣ କରି ଆସୁଛନ୍ତି ।ଆଉ ଏହି ଗୋଟିଏ ଦିନ ଦେବୀଙ୍କ ପୀଠରେ ନିରାମିଷ ଭୋଗ ପ୍ରସ୍ତୁତି କରିବାର ପରଂପରା ଆଜିଯାଏଁ ଅତୁଟ ରହିଛି ।
Body:ଭିଓ-1-ଅଷ୍ଟଚଣ୍ଡୀଙ୍କ ସହର ସୁବର୍ଣ୍ଣପୁର ।କାହିଁ କେତେ ଦିନରୁ ଅଷ୍ଟଚଣ୍ଡୀ ଦେବୀ ମା ଭଗବତୀ ,ନାରାୟଣୀ ,ଖମ୍ବେଶ୍ବରୀ ,ସମଲେଇ ଓ ଦୁର୍ଗା ଆଦି ଦେବୀଙ୍କ ଭିତରେ ମା ସୁରେଶ୍ବରୀ ସର୍ବାଗ୍ରେ ପୂଜା ପାଉଛନ୍ତି ।ସହରର ଦକ୍ଷିଣ ଦିଗରେ ଉତ୍ତର ମୁହାଁ ହୋଇ ଅଧିଷ୍ଟାତ୍ରୀ ଦେବୀ ସୋନପୁର ଗଡଜାତର ଜନସାଧାରଣଙ୍କ ସହ ସୁଖରେ ଦୁଃଖରେ ରହିଆସିଛନ୍ତି ରାଜା ରାଜୁଡା ଅମଳରୁ ।ସହରର ଐତିହାସୀକ ବଳୀଯାତ୍ରା ହେଉ ଅବା ଲୋକ ପର୍ବ ନୂଆଁଖାଇ ।ଦେବୀ ମା ସୁରେଶ୍ବରୀଙ୍କୁ ହିଁ କେନ୍ଦ୍ର କରି ସୋନପୁର ଗଡଜାତରେ ସବୁ ପର୍ବ ପର୍ବାଣୀ ପାଳନ କରାଯାଏ ।ବିଶେଷକରି ନୂଆଁଖାଇରେ ସୋମବଂଶୀ ଶାସନ ଅମଳରୁ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ପାରଂପାରିକ ରୀତି ନୀତିରେ ଲଗ୍ନ ନିର୍ଣ୍ଣୟ ପରଂପରା ରହି ଆସିଛି ।ଏପରିକି ପରୁହାଁ ଦେବୀ ଭାବେ ପୂଜିତା ମା ସୁରେଶ୍ବରୀଙ୍କ ପାଖରେ ନବାର୍ଣ୍ଣ ସମର୍ପଣ ପରେ ହିଁ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳର ଲୋକେ ନବାର୍ଣ୍ଣ ଗ୍ରହଣ କରିବା ପରଂପରା ଆଜି ବି ଅତୁଟ ରହିଛି ।
ବାଇଟ-1-ବିଜ୍ଞାନ ପୂଜାରୀ ,ପୂଜକ ,ସୁରେଶ୍ବରୀ ମନ୍ଦିର ,ସୁବର୍ଣ୍ଣପୁର ।
ବାଇଟ-2-ବିରଂଚି ଥନାପତି ,ପୂଜକ ,ସୁରେଶ୍ବରୀ ମନ୍ଦିର ,ସୁବର୍ଣ୍ଣପୁର ।
ଭିଓ-2-ପ୍ରାୟ ନବମ ଶତକରେ ଚୌହାନ ରାଜତ୍ବ ଅମଳରେ ସୋନପୁର ଗଡଜାତରେ ଦେବୀ ମା ସୁରେଶ୍ବରୀ ଲୋକ ଦେବୀ ଭାବେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।ସୋମବଂଶୀ ଶାସନ ଅମଳରୁ ରାଜ ପ୍ରାସାଦରୁ ଦେବୀ ମା ସୁରେଶ୍ବରୀଙ୍କ ପାଖକୁ ନବାର୍ଣ୍ଣ ପାହୁର ଖଂଜା ଯିବାର ପରଂପରା ରହିଥିଲା ।ଏବେ ମା ସମଲେଶ୍ବରୀ ମନ୍ଦିରରୁ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପାଖକୁ ପାହୁର ଯାଇ ସର୍ବାଗ୍ରେ ସମର୍ପଣ ହେବାର ପରଂପରା ଆଜି ବି ରହିଛି ।ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ପାରଂପାରିକ ବିଧି ବିଧାନ ସହ ମାଙ୍କ ପାଖରେ ପାହୁର ସମର୍ପଣ ପରେ ଜନସାଧାରଣ ନବାର୍ଣ୍ଣ ଗ୍ରହଣ କରି ମାଙ୍କ ପାଖରୁ ଆଶିଷ ଭିକ୍ଷା କରିବା ପରଂପରା ଆଜିଯାଏଁ ଚାଲି ଆସିଛି ସୋନପୁର ଗଡଜାତରେ ।
ବାଇଟ-3-ଶ୍ରୀଧର ବାଗ ,ଶ୍ରଦ୍ଧାଳୁ ,ସୁବର୍ଣ୍ଣପୁର ।
ବାଇଟ-4-ପ୍ରଦ୍ୟୁମ୍ନ ସାହୁ ,ଗବେଷକ ,ସୁବର୍ଣ୍ଣପୁର ।
Conclusion:ଫାଭିଓ-ହଜାର ବର୍ଷ ଆଗରୁ ସୋନପୁର ଗଡଜାତରେ ଐତିହାସୀକ ବଳୀଯାତ୍ରାରୁ ଆରମ୍ଭ କରି ଲୋକପର୍ବ ନୂଆଁଖାଇ ଯାଏଁ ଦେବୀ ମା ସୁରେଶ୍ବରୀଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଛି ।କୃଷି ଭିତ୍ତିକ ଏଇ ନୂଆଁଖାଇ ପର୍ବରେ ଲୋକେ ମା ମାଟି ଓ ପରୁହାଁ ଦେବୀ ସୁରେଶ୍ବରୀଙ୍କୁ ବର୍ଷର ପହିଲି ଶସ୍ୟକୁ ଅର୍ପଣ କରି ନିଜେ ଗ୍ରହଣ କରିବାର ପରଂପରା ଆଜି ବି ମଳିନ ପଡିନାହିଁ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.